ଆଇପିଏଲ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ

ମୁମ୍ବାଇ : ଆଜି ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୧୨ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି  । ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ।

ଆଇପିଏଲରେ ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୨୩ଟି ମ୍ୟାଚ ଖେଳାଯାଇଛି । ସେଥିରୁ ଚେନ୍ନାଇ ୧୪ଟି ଓ ରାଜସ୍ଥାନ ୯ଟି ମ୍ୟାଚରେ ବିଜୟ ହାସଲ କରିଛି । ଏଣୁ ରେକର୍ଡ ଚେନ୍ନାଇ ସପକ୍ଷରେ ରହିଛି । ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚେର ବିଜୟ ହାସଲ କରି ୨ ପଏଣ୍ଟ ଲେଖାଏଁ ପାଇଛନ୍ତି ।  ଆଜିର ମ୍ୟାଚ ପାଇଁ ଉଭୟ ରାଜସ୍ଥାନ ଓ ଚେନ୍ନାଇ ଦଳ ନିଜର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି ।

ଗତକାଲି ଖେଳାଯାଇଥିବା ପ୍ରଥମ ମ୍ୟାଚରେ ବାଙ୍ଗାଲୋର କୋଲକାତାକୁ ୩୮ ରନରେ ପରାସ୍ତ କରିଥିଲା । ସେହିପରି ୨ୟ ମ୍ୟାଚରେ ଦିଲ୍ଲୀ ପଂଜାବକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା ।

ସମ୍ବନ୍ଧିତ ଖବର