ଆବୁଧାବି : ୟୁନାଇଟେଡ ଆରବ ଏମିରେଟ୍ସେରେ ଚାଲିଥିବା ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଜି ୨ଟି ମ୍ୟାଚ ଖେଳାଯାଉଛି । ପ୍ରଥମ ମ୍ୟାଚଟି ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳା ଯାଉଥିବା ବେଳେ ଦ୍ବିତୀୟ ମ୍ୟାଚଟି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ସାରଜାଠାରେ ଖେଳାଯିବ ।
ଆଜିକାର ପ୍ରଥମ ମୁକାବିଲାରେ ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭେନ ସ୍ମିଥ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳରେ ଫିଲ୍ଡିଂ ଲାଗି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପଡ଼ିଆକୁ ଓହ୍ଲାଇଛି। ଆଇପିଏଲରେ ଏ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରିଛି । ଏହି ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩ଟି ମ୍ୟାଚ ଖେଳି ୨ଟିରେ ବିଜୟ ଓ ଗୋଟିଏରେ ପରାଜୟ ବରଣ କରି ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।
ଆଜିର ୨ୟ ମ୍ୟାଚଟି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ସଂଧ୍ୟା ୭ଟାରେ ସାରଜାଠାରେ ଖେଳାଯିବ ।