ଚେନ୍ନାଇକୁ ୫ ୱିକେଟରେ ହରାଇଲା ରାଜସ୍ଥାନ, କ୍ବାଲିଫାଏର-୧ରେ ଗୁଜରାଟ ସହ ହେବ ମୁକାବିଲା

ମୁମ୍ବାଇ : ବ୍ରାବୋର୍ଣ୍ଣ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ୨୦୨୨ର ୬୮ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଚେନ୍ନାଇ ସୁପର କିଙ୍ଗସକୁ ୫ ୱିକେଟରେ ପରାସ୍ତ କରିଛି। ଏଥି ସହିତ କ୍ବାଲିଫାଏର-୧ରେ ଗୁଜରାଟ ସହିତ ରାଜସ୍ଥାନ ରୟାଲ୍ସର ମୁକାବିଲା ହେବା ନିଶ୍ଚିତ ହୋଇଯାଇଛି। ରାଜସ୍ଥାନ ରୟାଲ୍ସ ଆଗରେ ୧୫୧ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୦ ରନ କରିଥିଲା ।

ଏହି ମ୍ୟାଚରେ ଚେନ୍ନାଇ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ଦଳର ଦୁଇ ଓପନର ଋତୁରାଜ ଗାଇକ୍ବାଡ ଓ ଡେବନ କନଓ୍ବେ ଯଥାକ୍ରମେ ୨ ଓ ୧୬ ରନରେ ଆଉଟ ହୋଇଯିବା ପରେ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ସେ ମାତ୍ର ୫୭ଟି ବଲ ଖେଳି ୧୩ ଚୌକା ଓ ୩ ଛକା ସହ ୯୩ ରନ କରିଥିଲେ । ମାତ୍ର ସେ ଓବେଡ୍ ମାକକଏଙ୍କ ବଲରେ ରିୟାନ ପରାଗଙ୍କ ହାତରେ ଧରା ପଡ଼ି ଆଉଟ ହୋଇଥିଲେ ।  ଦଳର ମଧ୍ୟଭାଗ ବ୍ୟାଟ୍ସମ୍ୟାନମାନେ ପୁଣି ବିଫଳ ହୋଇଥିଲେ । ଅନଓ୍ବେ ଆଉଟ ହେବା ପରେ ଦଳ ଅଳ୍ପ ରନ ବ୍ୟବଧାନରେ ଆଉ ୨ଟି ଓ୍ବିକେଟ ହରାଇଥିଲା ।  ଜଗଦୀଶନ ୧ ଓ ଅମ୍ବାତି ରାୟଡୁ ୩ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ୨୬ ରନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେବାରେ ସହାୟତା କରିଥିଲେ । ରାଜସ୍ଥାନ ପକ୍ଷରୁ ଚହଲ ଓ ମାକକଏ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୫୧ ରନର ପିଛା କରି ରାଜସ୍ଥାନ ରୟାଲ୍ସ ବ୍ୟାଟିଂ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋର ୧୬ ରନ ହୋଇଥିବାବେଳେ ଦଳ ଓପରନର ଜସ ବଲଟରଙ୍କୁ ହରାଇଥିଲା। ଜଲ ବଟଲର ୨ ରନ୍‌ କରି ଆଉଟ ହୋଇଯାଇଥିଲେ। ୟାସ ହାସବି ଜୟସ୍ବାଲ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୫୯ ରନ୍‌ କରିଥିବାବେଳେ ସଞ୍ଜୁ ସାମସନ ୧୫ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ୨୩ ବଲ ଖେଳି ୪୦ ରନ୍‌ କରି ନଟ ଆଉଟ ରହିଥିଲେ।  ସେ ୨ଟି ଚୌକା ଓ ୩ଟି ଛକା ମାରିଥିଲେ। ୫ ୱିକେଟ ହରାଇ ରାଜସ୍ଥାନ ରୟାଲ୍ସ ୧୫୧ ରନ୍‌ କରି ମ୍ୟାଚ ଜିତି ନେଇଥିଲା। ଚେନ୍ନାଇ ପକ୍ଷରୁ ସିମରଜିତ ସିଂହ ଗୋଟିଏ, ମିଚେଲ ସାଣ୍ଟନେର ଗୋଟିଏ ଓ ମୋଇନ ଅଲ୍ଲୀ ଗୋଟଏ ଏବଂ ପ୍ରଶାନ୍ତ ସୋଲାଙ୍କି ୨ଟି ୱିକେଟ ନେଇଥିଲେ।

ଚଳିତ ଆଇପିଏଲରେ ଚେନ୍ନାଇ ଦଳ ୧୩ଟି ମ୍ୟାଚ ଖେଳି ୯ଟିରେ ପରାଜିତ ହୋଇ ପ୍ଲେଅଫ ଦୌଡରୁ ଏକରକମ ବାଦ ପଡ଼ିଛି । ମାତ୍ରା ରାଜସ୍ଥାନ ପ୍ଲେ ଅପ ପାଇଁ ଅନ୍ୟତମ ଦାବିଦାର ରହିଛି ।

ସମ୍ବନ୍ଧିତ ଖବର