ରାଜସ୍ଥାନ ରୟାଲ୍ସର ନୂଆ ଜର୍ସି ଉ‌ନ୍ମୋଚିତ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ଆଗାମୀ ଋତୁ ଲାଗି ମଙ୍ଗଳବାର ନୂଆ ଜର୍ସି ଉନ୍ମୋଚନ କରିଛି। ଏହି ନୂଆ ଜର୍ସିରେ ରାଜସ୍ଥାନର ସ୍ବତନ୍ତ୍ର ଡିଜାଇନ୍‌ ରହିଛି। ଏହାକୁ ‘ଲେହରିଆ’ ବା ଓଡ଼ିଆରେ ତରଙ୍ଗ କୁହାଯାଏ। ଏଥିରେ ସପ୍ତଦଶ ଶତାବ୍ଦୀର ଟାଇ-ଆଣ୍ଡ-ଡାଇ ପାର୍ଟନ୍ସ ବ୍ୟବହାର କରାଯାଇଛି। ଏହାର ଡିଜାଇନ୍‌ ଭି ଆକୃତିର ହୋଇଛି।

ଯାହା ରାଜସ୍ଥାନର ମରୁଭୂମିର ପବନର ତରଙ୍ଗର ଆକୃତିକୁ ବୁଝାଉଛି। ସ୍ବଚ୍ଛ ରଙ୍ଗର କପଡ଼ାରେ ପ୍ରସ୍ତୁତ ହୋଇଥିବା ଏହି ଜର୍ସି ରାଜ୍ୟର ସ୍ବତନ୍ତ୍ରତା ବହନ କରୁଛି। ଏହି ଜର୍ସି ସହ ଖେଳାଳିମାନଙ୍କ ପାଇଁ ମଧ୍ୟ ରାଜସ୍ଥାନର ପାରମ୍ପରିକ ପଗଡ଼ିର ପ୍ରସ୍ତୁତ କରାଯାଇଛି। ଏହି ପଗଡ଼ି ପିନ୍ଧି ଖେଳାଳିମାନେ ଆଇପିଏଲ୍‌ ଖେଳିବା ଲାଗି ମୁମ୍ବାଇ ଆସିବେ। ଏଫ୍‌ଏମ୍‌ଏକ୍ସ କିଂବଦନ୍ତି ରୋବି ମାଡିସନ ଏହି ଜର୍ସିର ଡିଜାଇନ୍‌ ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର