ମୁମ୍ବାଇ: ଆଇପିଏଲ୍ର ଦ୍ବିତୀୟ କ୍ବାଲିଫାୟରରେ ଆଜି ପୂର୍ବବିଜେତା ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ମୁହାଁମୁହିଁ ହେବେ। ପ୍ରଥମ ଆଇପିଏଲ୍ ଟ୍ରଫିର ସ୍ବପ୍ନ ପୂରଣ କରିବା ଲାଗି ଆର୍ସିବି ଆସନ୍ତାକାଲି କର ବା ମର ସ୍ଥିତିରେ ରହିବ। ଏହି ମ୍ୟାଚ୍ ଜିତୁଥିବା ଦଳ ଫାଇନାଲରେ ଗୁଜୁରାଟ ଟାଇଟାନ୍ସକୁ ଭେଟିବ ଓ ହାରିଥିବା ଦଳ ଯାତ୍ରା ଶେଷ କରିବ | ଯଦି ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତେ, ତେବେ ସେମାନେ ୧୪ ବର୍ଷ ପରେ ଫାଇନାଲ ମ୍ୟାଚ୍ ଖେଳିବେ | ରାଜସ୍ଥାନ ରୟାଲ୍ସ ୧୪ ବର୍ଷ ପୂର୍ବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଫାଇନାଲ ମ୍ୟାଚ୍ ଖେଳିଥିଲା ​​|
ବାସ୍ତବରେ, ଆଇପିଏଲ୍ ୨୦୦୮ରେ ରାଜସ୍ଥାନ, ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଟାଇଟଲ୍ ମ୍ୟାଚ୍ ଖେଳିଥିଲା ​​| ଏହି ମ୍ୟାଚରେ ରାଜସ୍ଥାନ ଶେଷ ବଲରେ ଜିତିଥିଲା। ଆଇପିଏଲ୍ ୨୦୦୮ରେ ଆରମ୍ଭ ହୋଇଥିଲା ଏବଂ ପ୍ରଥମ ସିଜନରେ ରାଜସ୍ଥାନ ଫାଇନାଲରେ ପ୍ରବେଶ କରି ଟାଇଟଲ୍ ଜିତିଥିଲା ​​| ଆଇପିଏଲ୍ ୨୦୦୮ର ଅନ୍ତିମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ଖେଳି ୨୦ ଓଭରରେ ୫ ଉଇକେଟ ହରାଇ ୧୬୩ ରନ ସ୍କୋର କରିଥିଲା ​​|
ଚେନ୍ନାଇ ପାଇଁ ପାର୍ଥିବ ପଟେଲ ୩୮, ସୁରେଶ ରାଇନା ୪୩ ଏବଂ ଏମଏସ ଧୋନି ଅପରାଜିତ ୨୯ ରନ ସ୍କୋର କରିଥିଲେ। ଏହାର ଜବାବରେ ରାଜସ୍ଥାନ ସପ୍ତମ ଓଭରରେ ୪୩ ରନରେ ତିନୋଟି ୱିକେଟ୍ ହରାଇଥିଲା। ତେବେ, ୟୁସୁଫ ପଠାନଙ୍କ ୫୬ ରନର ଚମତ୍କାର ଇନିଂସ ଯୋଗୁଁ ରାଜସ୍ଥାନ ରୟାଲ୍ସର ଦଳ ଚାମ୍ପିୟନ ହୋଇଥିଲେ। ସେତେବେଳେ ଦିବଂଗତ କ୍ରିକେଟର ସେନ ୱାର୍ନ ଏହି ଦଳର ଅଧିନାୟକ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/2uxzjl0pvez2bv7l8i506v9ykfdklms8.png)