ଆଇପିଏଲ : ବାଙ୍ଗାଲୋରକୁ ୨୯ ରନରେ ହରାଇଲା ରାଜସ୍ଥାନ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୨ର ୩୮ତମ ମ୍ୟାଚରେ ବାଙ୍ଗାଲୋରକୁ ୨୯ ରନରେ ପରାସ୍ତ କରିଛି ରାଜସ୍ଥାନ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୧୪୫ ଲକ୍ଷ୍ୟ ଜବାବରେ ବାଙ୍ଗାଲୋର ୧୯.୩ ଓଭରରେ ୧୧୫ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ କୌଣସି ବ୍ୟାଟ୍ସମ୍ୟାନ ବଡ଼ ସ୍କୋର କରିପାରିନଥଲେ । ଫାଫ ଡୁପ୍ଲେସିସ ୨୩ ରନ କରିଥିବାବେଳେ ହସରଙ୍ଗା ୧୮ ରନ ଓ ଶାହବାଜ ଅହମଦ ୧୭ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ କୁଳଦୀପ ସେନ ୪ଟି ଓ ରବିଚନ୍ଦ୍ରନ ଅଶ୍ବୀନ ୩ଟି ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪ ରନ କରିଥିଲା । ଦଳ ଆରମ୍ଭରୁ ଇନ-ଫର୍ମ ବ୍ୟାଟ୍ସମ୍ୟାନ ଜସ ବଟଲର ଓ ଦେବୀଦତ୍ତ ପଡ଼ିକଲଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ମଧ୍ୟଭାଗ ବ୍ୟାଟ୍ସମ୍ୟାନ ସଂଜୁ ସାମସନ ଓ ରିୟାନ ପରାଗ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ତରରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ମାତ୍ର ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନିମ୍ନ ଭାଗ ବ୍ୟାଟ୍ସମ୍ୟାନମାନେ ସ୍କୋରକୁ ଆଗେଇ ନେବାରେ ବିଫଳ ହୋଇଥିଲେ । ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଜସ ହେଜେଲଉଡ ଓ ଓ୍ବାନିଣ୍ଡୁ ହସରଙ୍ଗା୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

 

ସମ୍ବନ୍ଧିତ ଖବର