ଆଇପିଏଲ୍‌: ଫିକା ପଡ଼ିଲା ଋତୁରାଜଙ୍କ ଶତକ, ୭ ୱିକେଟରେ ଚେନ୍ନାଇକୁ ହରାଇଲା ରାଜସ୍ଥାନ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୪୭ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୭ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ୍‌ ରୟାଲ୍‌ସ। ପ୍ରଥମ ପାଳିରେ ଚେନ୍ନାଇ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ୧୭.୩ ଓଭରରେ ୩ ୱିକେଟ ହରାଇ ୧୯୦ ରନ୍‌ କରି ବିଜୟ ହାସଲ କରିଛି । ରାଜସ୍ଥାନ ପକ୍ଷରୁ ଯଶାସୀ ଜସୱାଲ ୨୧ ବଲରେ ୫୦ ରନ୍‌ କରିଥିବା ବେଳେ ଶିବମ୍ ଦୁବେ ୪୨ ବଲରେ ୬୪ ରନ୍‌ କରି ରାଜସ୍ଥାନକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୧୦ ଅଙ୍କ ସଂଗ୍ରହ କରି ଟେବୁଲ ତାଲିକାରେ ଷଷ୍ଠ ସ୍ଥାନରେ ରହିବା ସହ ପ୍ଳେ ଅଫ୍‌ ଦୌଡରେ ନିଜକୁ ସାମିଲ ରଖିଛି ।

ପ୍ରଥମ ପାଳି‌ରେ ରାଜସ୍ଥାନ୍‌ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିଥିଲା। ଧୋନିଙ୍କ ଟିମ୍‌ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୧୮୯ ରନ୍‌ ସଂଗ୍ରହ କରିଥିଲା। ଏଥିରେ ଋତୁରାଜ ଗାଏକଓ୍ଵାଡଙ୍କ ଶତକ ସାମିଲ ଥିଲା।  ଫଳରେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୯୦ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

ଋତୁରାଜ ଗାଏକଓ୍ଵାଡ ଓ ଫାଫ୍‌ ଡୁପ୍ଲେସିସ୍‌ଙ୍କ ଭଲ ବ୍ୟାଟିଂ ଯୋଗୁଁ ଚେନ୍ନାଇର ଭଲ ଆରମ୍ଭ ହୋଇଥିଲା। ଚେନ୍ନାଇ ପ୍ରଥମ ଓ୍ଵିକେଟ୍‌ ପଡ଼ିବା ବେଳେ ସ୍କୋର ୪୭ ରନ୍‌ ଥିଲା। ଯୁବ କ୍ରିକେଟର ଋତୁରାଜ ୬୦ଟି ବଲ୍‌ ଖେଳି ଅପରାଜିତ ଶତକ (୧୦୧ ରନ୍‌) କରିଥିଲେ। ଏଥିରେ ୯ଟି ଚୌକା ଓ ୫ଟି ଛକା ସାମିଲ ଥିଲା। ମୋଇନ୍‌ ଅଲ୍ଲୀ ୨୧ ରନ୍‌ ଓ ରବୀନ୍ଦ୍ର ଜାଦେଜା ଅପରାଜିତ ୩୨ ରନ୍‌ ଦଳ ପାଇଁ ଯୋଡ଼ିଥିଲେ। ସେ ୧୫ଟି ବଲ ଖେଳି  ସେ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ସମ୍ବନ୍ଧିତ ଖବର