ଆଇପିଏଲ୍‌-୧୩ : ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ଆବୁଧାବି : ସ୍ଥାନୀୟ ଶେଖ ଜାଏଦ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ୍‌କୁ ୭ ୱି୍କେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ରାଜସ୍ଥାନ ମାତ୍ର ୧୨୬ ରନ୍‌ର ଲକ୍ଷ୍ୟକୁ ପିଛା କରି ୧୭.୩ ଓଭରରେ ୩ ୱିକେଟ ହରାଇ  ବିଜୟ ହାସଲ କରିଛି । ପ୍ରଥମରୁ ରାଜସ୍ଥାନର ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା, ଦଳ ମାତ୍ର ୨୮ ରନ୍‌ରେ ୩ଟି ୱିକେଟ ହରାଇଥିଲା । ଅନ୍ୟପକ୍ଷରେ ଷ୍ଟିଭେନ୍ ସ୍ମିଥ୍ ଓ ଜସ୍ ବଟଲର୍‌ଙ୍କ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା।  ସ୍ମିଥ୍ ୨୬ ରନ୍‌ କରିଥିବା ବେଳେ ବଟଲର୍ ୭୦ ରନ୍‌ କରିଥିଲେ । ଫଳରେ ରାଜସ୍ଥାନ ଏହି ମ୍ୟାଚକୁ ୭ ୱିକେଟରେ ଜିତି ନେଇଥିଲା । ଅନ୍ୟପଟେ ଚେନ୍ନାଇ ପକ୍ଷରୁ ଦୀପକ ଚହର ୨ଟି ୱିକେଟ, ଜୋସ୍ ହାଜେଲଉଡ୍ ଗୋଟିଏ  ୱିକେଟ ନେଇଥିଲେ । ଏହି ବିଜୟ ସହ ରାଜସ୍ଥାନ ୮ ଅଙ୍କ ସଂଗ୍ରହ କରି ଦଳ ତାଲିକାରେ ୫ମ ସ୍ଥାନରେ ରହିଛି ।

ପୂର୍ବରୁ ଚେନ୍ନାଇ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ଇନିଂସ ଆରମ୍ଭରୁ ଫାଫ ଡୁ ପ୍ଲେସିସଙ୍କ ଓ୍ବିକେଟ ହରାଇଥିଲା। ସେ ମାତ୍ର ୧୦ ରନ କରି ଜୋଫ୍ରା ଆର୍ଚରଙ୍କ ବଲରେ ଆଉଟ ହୋଇଥିଲେ । ତାଙ୍କ ପରେ ଆସିଥିବା ସେନ ଓ୍ବାଟସନ ମଧ୍ୟ ୮ ରନ କରି ଆଉଟ ହୋଇଥିଲେ । ଅନ୍ୟତମ ଓପନର ସାମ କରନ୍ ୨୨ ରନ କରି ଶ୍ରେୟସ ଗୋପାଲଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ଅମ୍ବାତି ରାୟଡୁ ମଧ୍ୟ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଓ ରବିନ୍ଦ୍ର ଜାଦେଜା କିଛି ସମୟ କ୍ରିଜରେ ତିଷ୍ଠି ରହିଥିଲେ । ଧୋନି ୨୮ ରନ ଓ ଜାଦେଜା ୩୫ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ମାତ୍ର ୧୨୫ ରନ କରିଥିଲା ।

ସମ୍ବନ୍ଧିତ ଖବର