ରାଜସ୍ଥାନ : ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଗରିବ କୃଷକଙ୍କ ଝିଅ ଭାବନା

ଜୟପୁର : ରାଜସ୍ଥାନର ଏକ ଗରିବ କୃଷକଙ୍କ ଝିଅ ଭାବନା ଜାଟ୍‌ ଚଳିତ ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେ ଗତ ଶନିବାରଦିନ ରାଞ୍ଚିଠାରେ ଅନୁଷ୍ଠିତ ହେଉଥିବା ୭ମ ଜାତୀୟ ଦ୍ରୁତଚାଲି ପ୍ରତିଯୋଗିତାରେ ଏକ ନୂଆ ଜାତୀୟ ରେକର୍ଡ ସହ ଚାମ୍ପିୟନ ହୋଇ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଟୋକିଓ ଅଲମ୍ପିକ୍ସ ନିମନ୍ତେ ଯୋଗ୍ୟତା ଅର୍ଜନ କରିବାକୁ ୧ ଘଣ୍ଟା ୩୧ମିନିଟରେ ଧାର୍ଯ୍ୟ ଦୂରତାକୁ ଅତିକ୍ରମ କରିବା ଆବଶ୍ୟକ ଥିଲାବେଳେ ସେ ଏହାକୁ ୧ ଘଣ୍ଟା ୨୯ ମିନିଟ ଓ ୫୪ ସେକେଣ୍ଡରେ ସଂପୂର୍ଣ୍ଣ କରି ଏକ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଗତ ଅକ୍ଟୋବର ମାସରେ ଭାବନା ୧ ଘଣ୍ଟା ୩୮ ମିିନିଟ ସମୟରେ ଧାର୍ଯ୍ୟ ଦୂରତା ଅତିକ୍ରମ କରିଥିଲେ ।
ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରୁ ଏକ କୃଷକ ପରିବାରରୁ ଆସିଥିବା ଭାବନାଙ୍କ ଏହି ସଫଳତାକୁ ଗୁରୁତ୍ୱ ଦିଆଯାଉଛି କାରଣ ତାଙ୍କ ଜିଲ୍ଲାରେ ଝିଅମାନଙ୍କୁ ପ୍ରତିଯୋଗିତା ତ ଦୂରର କଥା ପାଠ ପଢିବାକୁ ମଧ୍ୟ ଛଡ଼ାଯାଏ ନାହିଁ।

ସମ୍ବନ୍ଧିତ ଖବର