ଭାରତୀୟ ଯୁବ ଦଳ ବିଜୟୀ, ରାଜେଶଙ୍କ ଏସିଆ କପ୍ ପଦାର୍ପଣ

ଭୁବନେଶ୍ୱର: ବା‌ଂଲାଦେଶରେ ଶନିବାରଠାରୁ ଆରମ୍ଭ ହୋଇଥିବା ଏସିଆ କପ୍ ୧୯ ବର୍ଷରୁ କମ୍ କ୍ରିକେଟ୍‌ ପ୍ରତିଯୋଗିତାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ନେପାଳକୁ ୧୭୧ ରନ୍‌ର ବଡ଼ ବ୍ୟବଧାନରେ ହରାଇଛି। ଏହି ମ୍ୟାଚ୍‌ରେ ଓଡ଼ିଆ ପୁଅ ଦ୍ରୁତ ବୋଲର ରାଜେଶ ମହାନ୍ତିଙ୍କ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ ହୋଇଛି। ୱିକେଟଶୂନ୍ୟ ରହିଥିଲେ ମଧ୍ୟ ରାଜେଶ (୬-୧-୨୨-୦) ପ୍ରଭାବୀ ବୋଲିଂ କରିଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ଯଶସ୍ବୀ ଜୟସ୍ବାଲ (୧୦୪, ୧୧୩ ବଲ୍, ୮ ‌େଚୗକା, ୫ ଛକା) ଏବଂ ୱିକେଟରକ୍ଷକ ସିମ୍ରନ୍ ସିଂହ (୮୨, ୬୧ ବଲ୍‌, ୬ଚୌକା, ୩ ଛକା)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଭାରତ ୫୦ ଓଭରରେ ୯ ୱିକେଟରେ ୩୦୪ ରନ୍ କରିଥିଲା। ଜବାବରେ ନେପାଳ ୩୬.୫ ଓଭରରେ ୧୩୩ ରନ୍ କରିଥିଲା। ଜାଙ୍ଗରା, ଦେଶାଇ, ତ୍ୟାଗୀ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର