ଇଣ୍ଡିଆ ଗ୍ରିନ୍‌ ଦଳରେ ରାଜେଶ, ଦଲିପ୍‌ ଟ୍ରଫିରେ ନେତୃତ୍ବ ନେବେ ଶୁଭମନ, ପ୍ରିୟଙ୍କ ଓ ଫୈଜ

ନୂଆଦିଲ୍ଲୀ: ଚଳିତ ଋତୁରେ ଭାରତର ଘରୋଇ ପ୍ରତିଯୋଗିତା ଦଲିପ୍‌ ଟ୍ରଫି ଚଳିତ ଅଗଷ୍ଟ ମାସ ୧୭ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ତିନି ଦଳ ମଙ୍ଗଳବାର ଘୋଷିତ ହୋଇଛି। ତିନି ଶୀର୍ଷକ୍ରମ ବ୍ୟାଟ୍‌ସମ୍ୟାନ୍‌ ଶୁଭମନ୍‌ ଗିଲ୍‌, ଫୈଜ୍‌ ଫଜଲ୍‌ ଏବଂ ପ୍ରିୟଙ୍କ ପାଞ୍ଚଲ ଦଲିପ୍‌ ଟ୍ରଫିର ତିନିଟି ଦଳର ନେତୃତ୍ବ ନେବେ। ଗିଲ୍‌ ଇଣ୍ଡିଆ ବ୍ଲୁ, ଫଜଲ୍‌ ଇଣ୍ଡିଆ ଗ୍ରିନ୍‌ ଏବଂ ପାଞ୍ଚଲ ଇଣ୍ଡିଆ ରେଡ୍‌ ଦଳର ଅଧିନାୟକ ମନୋନୀତ ହୋଇଥିଲା ବେଳେ ଏକମାତ୍ର ଓଡ଼ିଆ ଭାବେ ରାଜେଶ ମହାନ୍ତି ସୁଯୋଗ ପାଇଛନ୍ତି। ଓଡ଼ିଶାର ଏହି ମଧ୍ୟମଗତି ବୋଲିଂ ଅଲ୍‌ରାଉଣ୍ଡର ଇଣ୍ଡିଆ ଗ୍ରିନ୍‌ ଦଳରେ ସାମିଲ ହୋଇଛନ୍ତି। ପୂର୍ବରୁ ଦଲିପ୍‌ ଟ୍ରଫିରେ ଦେଶର ୫ ଜୋନ୍‌ ପ୍ରତିଦ୍ବନ୍ଦ୍ବିତା କରୁଥିଲା ବେ‌ଳେ ଏବେ ୩ ଦଳକୁ ନେଇ ଆୟୋଜିତ ହେବ।

ଇଣ୍ଡିଆ ବ୍ଲୁ ଦଳ: ଶୁଭମନ୍ ଗିଲ୍‌ (ଅଧିନାୟକ), ଋତୁରାଜ ଗାଏକ୍ବାଡ, ରଜତ ପଟିଦାର, ରିକି ଭୂଇ, ଅନ୍‌ମୋଲ୍‌ପ୍ରୀତ୍‌ ସିଂହ, ଅଙ୍କିତ ବାୱେଁ, ସ୍ନେଲ୍‌ ପଟେଲ (ୱିକେଟ୍‌ରକ୍ଷକ), ଶ୍ରେୟସ ଗୋପାଲ, ସୌରଭ କୁମାର, ଜଲଜ ସାକ୍ସେନା, ତୁଷାର ଦେଶପାଣ୍ଡେ, ବାସିଲ ଥମ୍ପି, ଅନିକେତ ଚୌଧୁରୀ, ଦିବେଶ ପଠାନିଆ, ଆଶୁତୋଷ ଅମନ୍‌।

ଇଣ୍ଡିଆ ଗ୍ରିନ୍‌ ଦଳ: ଫୈଜ୍‌ ଫଜଲ୍‌ (ଅଧିନାୟକ), ଅକ୍ଷତ ରେଡ୍ଡୀ, ଧ୍ରୁବ ସୋରେ, ସିଦ୍ଧେଶ ଲାଡ୍‌, ପ୍ରିୟମ୍‌ ଗର୍ଗ, ଅକ୍ଷଦୀପ ନାଥ, ରାହୁଲ ଚହର, ଧର୍ମେନ୍ଦ୍ରସିଂହ ଜାଦେଜା, ଜୟନ୍ତ ଯାଦବ, ଅଙ୍କିତ ରାଜ୍‌ପୁତ, ଈଶାନ ପରେଲ୍‌, ତନ୍‌ବୀର ଉଲ୍‌ ହକ୍‌, ଅକ୍ଷୟ ୱାଦ୍‌କର (ୱିକେଟରକ୍ଷକ), ରାଜେଶ ମହାନ୍ତି, ମିଲିନ୍ଦ କୁମାର।

ଇଣ୍ଡିଆ ରେଡ୍‌ ଦଳ: ପ୍ରିୟଙ୍କ ପାଞ୍ଚଲ (ଅଧିନାୟକ), ଅଭିମନ୍ୟୁ ଈଶ୍ବରନ୍‌, ଅକ୍ଷର ପଟେଲ, କରୁଣ ନାୟାର, ଈଶାନ କୃଷ୍ଣନ୍‌ (ୱିକେଟ୍‌ରକ୍ଷକ), ହର୍‌ପ୍ରୀତ୍‌ ସିଂହ ଭାଟିଆ, ମହିପାଲ ଲୋମ୍‌ରର୍‌, ଆଦିତ୍ୟ ସରୱାତେ, ଅକ୍ଷୟ ୱାଖାରେ, ବରୁଣ ଆରୋନ୍‌, ରୋନିତ ମୋରେ, ଜୟଦେବ ଉନାଦ୍‌କଟ୍‌, ସନ୍ଦୀପ ୱାରିଅର୍‌, ଅଙ୍କିତ କଲ୍‌ସି।

ସମ୍ବନ୍ଧିତ ଖବର