ରାଜଧାନୀ କପ୍‌ ଚେସ୍‌ ଜିତିଲେ ପ୍ରିୟବ୍ରତ

ଭୁବନେଶ୍ବର: ଚେସ୍‌ ଲଭର୍ସ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ସହିଦନଗରସ୍ଥିତ ଜୟଦେବ କମ୍ପ୍ଲେକ୍ସରେ ଆୟୋଜିତ ଦ୍ବିତୀୟ ରାଜଧାନୀ କପ୍‌ ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ‌ହୋଇଛି। ଏଥିରେ ଖୋର୍ଧାର ପ୍ରିୟବ୍ରତ ସାମନ୍ତସିଂହ ୬.୫ ପଏଣ୍ଟ୍‌ ସହ ଶୀର୍ଷରେ ରହି ବିଜେତା ଏବଂ ସ୍ବପ୍ନୀଲ ପ୍ରିୟଦର୍ଶୀ (୫.୫) ଉପବିଜେତା ହୋଇଥିଲେ। ରବୀନ୍ଦ୍ର କୁମାର ଓଝା, ପ୍ରତ୍ୟୁଷ ମହାପାତ୍ର, ଶାଶ୍ବତ ମଲ୍ଲିକ, ବସନ୍ତ କୁମାର ଦାସ, ଚୈତନ୍ୟ ରାଉତ, ଦେବୀପ୍ରସାଦ ନାୟକ, ସୁହାନା ଜେନା, ବିଜୟଲକ୍ଷ୍ମୀ ବାରିକ, ଦୟାନିଧି ରାଉତ, ଅନନ୍ୟା ଅନାମିକା, ଆୟୁଷ ଆର୍ଯ୍ୟନ୍ ମହାପାତ୍ର, ଅବିନାଶ ବଳିୟାରସିଂହ, ପ୍ରତ୍ୟୁଷ ତ୍ରିପାଠୀ, ଜ୍ୟୋତି ରଂଜନ ପାଢ଼ୀ, ଓମ୍‌ ଆଦିତ୍ୟ ଖା‌ଡାଙ୍ଗା, ମିରାକଲ୍‌ ପଣ୍ଡା, ସ୍ବୟମ୍‌ ଲକ୍ଷ୍ମୀଦତ୍ତ ଡି ସାବତ, ଶ୍ରଦ୍ଧା ସୁମନ ଜେନା ଯଥାକ୍ରମେ ତୃତୀୟରୁ ବିଂଶତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବୟସ ବର୍ଗରେ ଇଶାନୀ ଦାସ, ସ୍ବସ୍ତିକ ଶୁଭମ ପଟ୍ଟନାୟକ, ଅଭିଜିତ ବିଶ୍ବାଳ, ଜୟଶ୍ରୀ ବାରିକ, ଆଦିତ୍ୟ ବିକ୍ରମ ମିଶ୍ର, ସିଦ୍ଧାର୍ଥ ମିଶ୍ର, ୟଶିତା ରାଉତ, ବିକାଶ କୁମାର ଲେଙ୍କା, ରୁକମନ କୁମାର ସାହୁ, ଅଞ୍ଜଳି ମିଶ୍ର, କୌଶିକ କୁମାର, ସୁଯ୍ୟୋତ ମହାନ୍ତି ଏବଂ କ୍ରିଷ୍ଣା କୁମାର ପୁରସ୍କାର ପାଇଥିଲେ।
ଉଦ୍‌ଯାପନୀ ଉତ୍ସବରେ ଐତିହାସିକ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବ‌େ ଯୋଗ ଦେଇଥି‌ଲା ବେଳେ ପୂର୍ଣ୍ଣେନ୍ଦୁ ମହାପାତ୍ର, ଅନ୍ତର୍ଜାତୀୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ ଏବଂ ଆୟୋଜକ ନିରୁପମା ତ୍ରିପାଠୀ, ମନୋରମା ଜେନା. ଶ୍ରାବଣୀ ମହାପାତ୍ର, ସୁଦ୍ଧା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର