ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାରେ ରାଜିନ ଓ ବିଶ୍ୱ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚଳିତ ମାସ ୩୧ ତାରିଖରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ପ୍ରଥମ ଖେଲୋ ଇଣ୍ଡିଆ ବିଦ୍ୟାଳୟ କ୍ରୀଡ଼ାର ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ଦୁଇ ସଫଳ ଅମ୍ପାୟାର ରାଜିନ ଏକ୍କା ଏବଂ ବିଶ୍ୱ ରଂଜନ ଷଢ଼ଙ୍ଗୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ରାଜିନଙ୍କୁ ଅମ୍ପାୟାର ଦାୟିତ୍ୱ ମିଳିଥିଲା ବେଳେ ବିଶ୍ୱରଂଜନ ବୈଷୟିକ ଅଧିକାରୀ ଦାୟିତ୍ୱ ତୁଲାଇବେ। ଉଭୟଙ୍କୁ ୩୦ ତାରିଖ ସୁଦ୍ଧା ନୂଆଦିଲ୍ଲୀରେ ରିପୋର୍ଟ କରିବାକୁ ହକି ଇଣ୍ଡିଆ କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜିନ ବହୁ ଜାତୀୟ ହକି ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାରିଂ କରି ଆସୁଛନ୍ତି। ଅନ୍ୟ ପକ୍ଷରେ ବିଶ୍ୱ ରଂଜନ କେତେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜଜ୍‌ ଦାୟିତ୍ୱ ତୁଲାଇବା ସହ ଜାତୀୟ ପ୍ରତିଯୋଗିତାରେ ଅମ୍ପାୟାରିଂ କରିବାର ଅଭିଜ୍ଞତା ବି ରଖନ୍ତି।

ସମ୍ବନ୍ଧିତ ଖବର