ବିଶ୍ୱ ବୈଷୟିକ ଅଧିକାରୀ, ରାଜିନ ଅମ୍ପାୟାର

ଜାତୀୟ ଫାଇଭ୍‌-ଏ-ସାଇଡ୍‌ ହକି

ଭୁବନେଶ୍ୱର: ଚଳିତ ନଭେମ୍ବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେଠାରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ଜାତୀୟ ବରିଷ୍ଠ ମହିଳା ଏବଂ ପୁରୁଷ ଫାଇଭ୍‌-ଏ-ସାଇଡ୍‌ ହକି ପ୍ରତିଯୋଗିତା ଲାଗି ଓଡ଼ିଶାର ବିଶ୍ୱ ରଂଜନ ଷଡ଼ଙ୍ଗୀ ବୈଷୟିକ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏଥିଲାଗି ବିଶ୍ୱ ଶନିବାର ପୁନେ ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶାର ଅନ୍ୟତମ ଉଦୀୟମାନ ଅମ୍ପାୟାର ରାଜିନ ଏକ୍କା ମଧ୍ୟ ଏହି ପ୍ରତିଯୋଗିତା ଲାଗି ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ଉଭୟ ବିଶ୍ୱ ଏବଂ ରାଜିନ ପୂର୍ବରୁ ଏକାଧିକ ଜାତୀୟ ପ୍ରତିଯୋଗିତାକୁ ସଫଳତାର ସହ ପରିଚାଳନା କରି ସାରିଛନ୍ତି। ଏହି ସଫଳତା ଲାଗି ହକି ଓଡ଼ିଶା ସଂପାଦକ ପ୍ରତାପ ଶତପଥୀ ଏବଂ ହକି ଗାଙ୍ଗପୁର ସଂପାଦକ ଦେବାଶିଷ ଗୌଡ଼ ବିଶ୍ୱ ଏବଂ ରାଜିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗିତାରେ ପୁରୁଷ ଏବଂ ମହିଳାଙ୍କ ସହ ମିଶ୍ରିତ ବର୍ଗରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ। ମିଶ୍ରିତ ବର୍ଗ ଦଳରେ ଅନ୍ୟୁନ ୨ ଜଣ ମହିଳା ଖେଳାଳିଙ୍କ ସହ ମୋଟ ପଞ୍ଚ ଜଣ ଖେଳାଳି ରହିବେ।

ସମ୍ବନ୍ଧିତ ଖବର