ଜାତୀୟ ହକିରେ ରାଜିନ ଅମ୍ପାୟାର

ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ହକି ଅମ୍ପାୟାର ରାଜିନ ଏକ୍କାଙ୍କୁ ହକି ଇଣ୍ଡିଆ ଆଉ ଏକ ବଡ଼ ଦାୟିତ୍ବ ଦେଇଛି। ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଚଳିତ ମାସ ୧୭ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ନବମ ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତା (ଡିଭିଜନ୍ ଏ) ଲାଗି ତାଙ୍କୁ ଅମ୍ପାୟାର ନିଯୁକ୍ତ କରାଯାଇଛି। ରାଜିନ ପୂର୍ବରୁ ଏକାଧିକ ଜାତୀୟ ପ୍ରତିଯୋଗିତାରେ ସଫଳତାର ସହ ଅମ୍ପାୟାର ଦାୟିତ୍ବ ତୁଲାଇ ସାରିଛନ୍ତି। ଏଥିଲାଗି ରାଜିନ ଶନିବାର ପ୍ରତିଯୋଗିତାର ଆୟୋଜନ ସଂପାଦକ ମନୋଜ ଭୋରାଙ୍କୁ ରିପୋର୍ଟ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର