ରାଜୀବ ଗାନ୍ଧି ଗୋଲ୍ଡ କପ୍‌ ସେମିରେ ରାମେଶ୍ୱର

ଭୁବନେଶ୍ୱର: ଖୋର୍ଧା ଉପକଣ୍ଠ ମନ୍ଦାରବସ୍ତଠାରେ ଚାଲିଥିବା ରାଜୀବ ଗାନ୍ଧି ଗୋଲ୍‌ଡ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପ୍ରବେଶ କରିଛି। ମଙ୍ଗଳବାର ରାମେଶ୍ୱର ସ୍ପୋର୍ଟିଂ ୨୩ ରନ୍‌ରେ କଟକର ବିଶ୍ୱଭାରତୀକୁ ପରାସ୍ତ କରିଛି। ରାମେଶ୍ୱର ୨୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ନରେନ୍ଦ୍ର ଦାଶ (୭୦ ରନ୍‌, ୪୫ ବଲ୍‌, ୩ ଛକା, ୧୧ ଚୌକା) ଅର୍ଧଶତକ ହାସଲ କରିଥିଲେ। ବିଶ୍ୱଭାରତୀ ପକ୍ଷରୁ ସଂଜୀବ ସାହୁ ଏବଂ ଶୁଭ୍ରଜିତ ସାହୁ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ବିଶ୍ୱଭାରତୀ ନିର୍ଧାରିତ ୨୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୪୦ ରନ୍‌ରେ ଅଟକି ଯାଇଥିଲା। ସଂଜୀବ ସାହୁ ୨୫ ରନ୍‌ କରିଥିଲା ବେଳେ ରାମେଶ୍ୱର ପକ୍ଷରୁ ଦୀପକ ମଙ୍ଗରାଜ ୩, ଲାଲୁ ମହାନ୍ତି ଓ ସୁବ୍ରତ ବେହେରା ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ନରେନ୍ଦ୍ର ଦାଶ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର