ଦୀପା ମଲିକଙ୍କୁ ମିଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର, ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ବିମଳ କୁମାର ଓ ସନ୍ଦୀପ ଗୁପ୍ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର

ନୂଆଦିଲ୍ଲୀ: ପାରା ଏଥଲେଟିକ୍‌ ପାଇଁ ଦୀପା ମଲିକଙ୍କୁ ଗୁରୁବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। କ୍ରୀଡ଼ା ଦିବସ ଅବସରରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କରକମଳରେ ଦୀପା ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିପରି ବ୍ୟାଡମିଣ୍ଟନ ପାଇଁ ବିମଳ କୁମାରଙ୍କୁ ଓ ଟେବୁଲ ଟେନିସ ପାଇଁ ସନ୍ଦୀପ ଗୁପ୍ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିଛି।

ପାରା ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନ ଓଡ଼ିଆ ପୁଅ ପ୍ରମୋଦ ଭଗତ ରାଷ୍ଟ୍ରପତି ରାମନାଥଙ୍କ ଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଏସୀୟ ସ୍ୱର୍ଣ୍ଣ ପଦକ ବିଜୟିନୀ ସ୍ୱପ୍ନା ବର୍ମନ, ସଟଲର ସାଇ ପ୍ରଣୀତ ଫଓ୍ଵାଦ ମିର୍ଜା, ବକ୍ସର ସୋନିଆ ଲାଠାର, ମହିଳା କ୍ରିକେଟର ପୁନମ ଯାଦବ, ମହିଳା କୁସ୍ତିଯୋଦ୍ଧା ପୂଜା ଚଢା ମଧ୍ୟ ଅର୍ଜୁନ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।

ମ୍ୟାନୁଏଲ ଫ୍ରେଡରିକ୍ସଙ୍କୁ ହକି ପାଇଁ, ଅରୁପ ବସକଙ୍କୁ ଟେବୁଲ ଟେନିସ ପାଇଁ, ମନୋଜ କୁମାରଙ୍କୁ କୁସ୍ତି ପାଇଁ, ନିତେନ କିରତାନେଙ୍କୁ ଟେନିସ ପାଇଁ ଓ ଲାଲରେମସାନଗାଙ୍କୁ ତୀରନ୍ଦାଜୀ ପାଇଁ ଧ୍ୟାନଚାନ୍ଦ ପୁରସ୍କାର ମିଳିଛି।

ସମ୍ବନ୍ଧିତ ଖବର