ହୋଣ୍ଡା ପାଇଁ ପୁଣି ପଏଣ୍ଟ ଜିତିଲେ ରାଜୀବ

ଭୁବନେଶ୍ବର: ମାଲେସିଆର ସେପାଙ୍ଗ ଇଣ୍ଟରନ୍ୟାସନାଲ ସର୍କିଟରେ ଚାଲିଥିବା ଏସୀୟ ରୋଡ ରେସିଂ ପ୍ରତିଯୋଗିତାର ରବିବାର ଅନୁଷ୍ଠିତ ଚୂଡ଼ାନ୍ତ ଷଷ୍ଠ ପର୍ଯ୍ୟାୟ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ ରାଜୀବ ସେତୁ ଭାରତ ପାଇଁ ପଏଣ୍ଟ୍‌ ଜିତିଛନ୍ତି। ଏପି ୨୫୦ ଶ୍ରେଣୀରେ ରାଜୀବ ଭାରତ ପାଇଁ ୧ ପଏଣ୍ଟ୍‌ ଅର୍ଜନ କରିଛନ୍ତି। ବୁଧବାରର ଦୁର୍ଘଟଣା ଯୋଗୁଁ ହାତ ଏବଂ ପିଠିରେ ଆଘାତ ଲାଗିବା ସତ୍ତ୍ବେ ରାଜୀବ ଶ୍ରେଷ୍ଠ ୧୫ ଜଣଙ୍କ ଭିତରେ ରେସ୍‌ ଶେଷ କରି ଏହି ସଫଳତା ପାଇଛନ୍ତି। ସେ ଅଷ୍ଟମ ଥର ପାଇଁ କୌଣସି ରେସ୍‌ର ଶ୍ରେଷ୍ଠ ୧୫ ଭିତରେ ସ୍ଥାନ ପାଇଛନ୍ତି। ହୋଣ୍ଡାର ୧୮ ବର୍ଷୀୟ ଚାଳକ ସେନ୍ଥିଲ କୁମାର ନିଜର ଶ୍ରେଷ୍ଠ ଲ୍ୟାପ ସମୟ ହାସଲ କରିଛନ୍ତି। ଅଷ୍ଟମ ଧାଡ଼ିରେ ରହି ୨୨ତମ ସ୍ଥାନରୁ ରେସ ଆରମ୍ଭ କରିଥିବା ସେନ୍ଥିଲ ପ୍ରତିଟି ଲ୍ୟାପରେ ନିଜ ସ୍ଥିତିରେ ସୁଧାର ଆଣିବା ସହିତ ଅଷ୍ଟମ ଲ୍ୟାପ ବେଳକୁ ୧୭ତମ ସ୍ଥାନରେ ରହି ରେସ୍‌ ଶେଷ କରିଥିଲେ। ଏପି ୨୫୦ ଶ୍ରେଣୀର ଶ୍ରେଷ୍ଠ ୬ଟି ସ୍ଥାନ ଇଣ୍ଡୋନେସିଆ ଚାଳକଙ୍କ କବଜାରେ ରହିଥିଲା।

ଏହି ଅବସରରେ ପ୍ରଭୁ ନାଗରାଜ, ଉପସଭାପତି-ବ୍ରାଣ୍ଡ ଆଣ୍ଡ କମୁନିକେସନ, ହୋଣ୍ଡା ମୋଟର ସାଇକଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କହିଛନ୍ତି ଯେ ଏହି ଋତୁରେ ଆମେ ପୂର୍ବାପେକ୍ଷା ଶ୍ରେଷ୍ଠ ପ୍ରଦର୍ଶନ କରି ପାରିନି। କିନ୍ତୁ ମୁଁ ବହୁତ ଖୁସି ଯେ ବୁଧବାରର ରେସ୍‌ ୧ରେ ଆଘାତ ପାଇବା ସତ୍ତ୍ବେ ରାଜୀବ ଶ୍ରେଷ୍ଠ ୧୫ ପାଖାପାଖି ପହଞ୍ଚି ପଏଣ୍ଟ୍‌ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର