ଭାରତର ପ୍ରଶିକ୍ଷକ ଦୌଡ଼ରେ ରାଜପୁତ

ନୂଆଦିଲ୍ଲୀ : ରବି ଶାସ୍ତ୍ରୀ, ଟମ୍ ମୁଡି ଓ ରବିନ ସିଂହଙ୍କ ପରେ ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା ପୂର୍ବତନ ପ୍ରବନ୍ଧକ ଲାଲଚାନ୍ଦ ରାଜପୁତ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ସାମିଲ ହୋଇଛନ୍ତି। ସଂପ୍ରତି ଜିମ୍ବାୱେ ଦଳର ପ୍ରଶିକ୍ଷକ ଥିବା ରାଜପୁତ ଏଥିଲାଗି ଆନୁଷ୍ଠାନିକ ଭାବେ ଆବେଦନ କରିଛନ୍ତି। ମାତ୍ରାଧିକ ସରକାରୀ ହସ୍ତକ୍ଷେପ ପାଇଁ ଜିମ୍ବାୱେ କ୍ରିକେଟ୍‌କୁ ଆଇସିସି ବାସନ୍ଦ କରିବା ପରେ ଭାରତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ପଦ ଲାଗି ରାଜପୁତ ଆଗ୍ରହ ପ୍ରକାଶ କରିଛନ୍ତି। ରାଜପୁତ ୨୦୦୭ର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ସେ ମଧ୍ୟ ଆଫଗାନିସ୍ତାନର ପ୍ରଶିକ୍ଷକ ଥିଲେ। ମୁଖ୍ୟ ପ୍ରଶିକ୍ଷକ ପଦ ନହେଲେ, ବ୍ୟାଟିଂ ପ୍ରଶିକ୍ଷକ ପାଇଁ ତାଙ୍କୁ ବିଚାରକୁ ନେବାକୁ ରାଜପୁତ ତାଙ୍କ ଆବେଦନରେ ବିସିସିଆଇକୁ ଅନୁରୋଧ କରିଥିବା ଜଣାପଡ଼ିଛି। ରାଜପୁତ ଭାରତ ପକ୍ଷରୁ ୨ ଟେଷ୍ଟ ଏବଂ ୪ ଦିନିକିଆ ଖେଳିଛନ୍ତି।

ସମ୍ବନ୍ଧିତ ଖବର