ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ୧୪୨ରନରେ ଅଲଆଉଟ୍‌

କୋଲକତା : ଐତିହାସିକ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୧୮ର ୪୭ତମ ଲିଗ ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକତା ନାଇଟ ରାଇଡର୍ସ ଆଗରେ ୧୪୩ ରନର ଲକ୍ଷ୍ୟ ରଖିଛି । କୋଲକତାର ଅଧିନାୟକ ଦିନେଶ କାର୍ତ୍ତିକ ଟସ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ରାଜସ୍ଥାନ ର ଦୁଇ ଓପନର ଜସ ବଟଲର ଓ ରାହୁଲ ତ୍ରିପାଠୀ ଦଳକୁ ଭଲ ଆରମ୍ଭ ଦେଇଥିଲେ ମଧ୍ୟ ପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦୁହେଁ ପ୍ରଥମ ଓ୍ଵିକେଟରେ ୬୩ ରନ ଯୋଡିବା ପରେ ପ୍ରଥମ ରାହୁଲ ତ୍ରିପାଠୀ ୨୭ ରନରେ ହରାଇବା ପରେ ତାପରେ ଅଜିଙ୍କ୍ୟ ରାହାଣେ ଓ ତାପରେ ବଟଲର (୩୯ ରନ) ଆଉଟ ହୋଇଥିଲେ । ଶେଷ ବେଳକୁ ଜୟଦେବ ଉନାଡକଟ ( ୨୬ ରନ) ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ସ୍କୋର କରିପାରିଥିଲେ ଓ ଦଳ ୧୯ ଓଭରରେ ୧୪୨ରନରେ ଅଲଆଉଟ ହୋଇଯାଇଥିଲା ।
ରାଜସ୍ଥାନ ରୟାଲ୍ସ ଏପର୍ଯ୍ୟନ୍ତ ୧୨ଟି ମ୍ୟାଚ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି । ସେହିପରି କୋଲକତା ମଧ୍ୟ ୧୨ଟି ମ୍ୟାଚ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର