ଆଇପିଏଲ : ହାଇଦ୍ରାବାଦ ଆଗରେ ୨୧୧ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ପୁଣେ : ଆଇପିଏଲ ୨୦୨୨ର ୫ମ ମ୍ୟାଚ ଆଜି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଉଛି । ଏଥିରେ ହାଇଦ୍ରାବାଦ ଆଗରେ ୨୧୧ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ରାଜସ୍ଥାନ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା  । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୦ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ସଂଜୁ ସାମସନ ୫୫ ରନ କରିଥିବାବେଳେ ଦେବୀଦତ୍ତ ପଡିକଲ୍ଲ ୪୧ ରନ , ଜସ ବଟଲର ୩୫ ରନ କରିଥିଲେ । ତେବେ ଶେଷ ଓଭର ବେଳକୁ ସିମରନ ହେଟମେୟର ବିସ୍ଫୋରକ ବ୍ୟାଟିଂ କରି ଏକ ବଡ଼ ସ୍କୋର ଛିଡ଼ା କରିବାରେ ମହତ୍ତ୍ବପୂର୍ଣ୍ଣ ଅବଦାନ ଦେଇଥିଲେ । ସେ ମାତ୍ର ୧୩ଟି ବଲ ଖେଳି ୩୨ ରନ କରିଥିଲେ ।

ହାଇଦ୍ରାବାଦ ପକ୍ଷରୁ ଉମରାନ ମଲ୍ଲିକ ଓ ନଟରାଜନ ୨ଟି ଲେଖାଏଁ ଏବଂ ଭୁବନେଶ୍ବର କୁମାର, ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

 

 

 

ସମ୍ବନ୍ଧିତ ଖବର