ଆଇପିଏଲ : ଦିଲ୍ଲୀକୁ ୧୫ ରନରେ ହରାଇଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ୩୪ତମ ମ୍ୟାଚରେ ଦିଲ୍ଲୀକୁ ୧୫ ରନରେ ପରାସ୍ତ କରିଛି ରାଜସ୍ଥାନ । ରାଜସ୍ଥାନ ଦ୍ବାରା ରଖାଯାଇଥିବା ୨୨୩ ରନ ଜବାବରେ ଦିଲ୍ଲୀ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୭ ରନ କରିପାରିଥିଲା । ଦିଲ୍ଲୀ ପକ୍ଷରୁ ପୃଥ୍ବୀ ସ ୩୭ , ଡେଭିଡ ଓ୍ବାର୍ନର ୨୮ରନ,ଋଷଭ ପନ୍ତ ୪୪ , ଲଲିତ ଯାଦବ ୩୭ ରନ ଓ ରୋଭମାନ ପାଓ୍ବେଲ ୩୬ ରନ କରିଥିଲେ ।
ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ରାଜସ୍ଥାନକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ଜସ ବଟଲରଙ୍କ ବିସ୍ଫୋରକ ଶତକ ବଳରେ ୨୦ ଓଭରରେ ୨୨୨ ରନ କରିଥିଲା ।
ବଟଲର ମାତ୍ର ୬୫ ବଲରୁ ବିସ୍ଫୋରକ ୧୧୬ ରନ କରିଥିଲେ । ନିଜର ଏହି ବିସ୍ଫୋରକ ଇନିଂସରେ ସେ ୯ଟି ଚୌକା ଓ ୯ଟି ଛକା ମାରିଥିଲେ । ଚଳିତ ଆଇପିଏଲ ସିଜିନରେ ଏହା ହେଉଛି ତାଙ୍କର ୩ୟ ଶତକ ଓ ଆଇପିଏଲ କ୍ୟାରିୟରରେ ଏହା ତାଙ୍କର ୪ର୍ଥ ଶତକ । ତାଙ୍କ ସହ ଓପନିଂ ଆସିଥିବା ଦେବଦତ୍ତ ପଡିକଲ୍ଲ ୫୪ ରନ କରିଥିଲେ ।
ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚରୁ ୪ ବିଜୟ ୨ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଦିଲ୍ଲୀ ୬ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର