ଆଇପିଏଲ-୧୩ : ଚେନ୍ନାଇକୁ ୧୬ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ

ସାରଜା: ୟୁଏଇର ସାରଜା କ୍ରିକେଟ ଷ୍ଟାଡିୟମଠାରେ ଖେଲାଯାଇଥିବା ଆଇପିଏଲ୍ ୨୦୨୦ର ୪ର୍ଥ ମ୍ୟାଚରେ ଚେନ୍ନାଇକୁ ୧୬ ରନ୍‌ରେ ପରାସ୍ତ କଲ‌ା ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ପାଳିରେ ୨୧୭ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛାକରି ଚେନ୍ନାଇ ୨୦ ଓଭରରେ ୦୬ ୱିକେଟ ହରାଇ ୨୦୦ ରନ୍‌ କରିବାରେ ସକ୍ଷମ ହୋଇଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେୱତିଆ ୩ଟି ୱିକେଟ ନେଇଥିବା ବେଳେ ଶ୍ରେୟସ୍ ଗୋପାଳ ୧ ୱିକେଟ ନେଇଛନ୍ତି । ଏକ  ବିସ୍ଫୋରକ ଇନିଂସ ଖେଳିଥିବା ରାଜସ୍ଥାନ ରୟାଲସର ବ୍ୟାଟସମ୍ୟାନ୍ ସଞ୍ଜୁ ସାମସନ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ଜିଣିଥିଲେ।

ଅନ୍ୟପଟେ ଚେନ୍ନାଇ ୨୧୭ ରନ୍‌ର ଲକ୍ଷ୍ୟକୁ ପୂରା କରିବା ପାଇଁ ପଡିଆକୁ ସେନ ୱାଟସନ ଓ ମୁରଲି ମୁରଲୀ ବିଜୟ ଓହ୍ଲାଇଥିଲେ । ପ୍ରଥମରୁ ଉଭୟ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ୬.୪ ଓଭରରେ ୱାଟସନ ୨୧ ବଲରେ ୩୩ ରନ୍‌ କରି ତେୱତିଆଙ୍କ ଶିକାର ହୋଇଥିଲେ । ଫାଫ୍ ଡୁପ୍ଲେସିସ୍ ୩୭ ବଲ ଖେଳି ୭୨ ରନ୍‌ କରି ଦଳକୁ ଜିତାଇବା ପାଇଁ ‌ଶେଷ ପର୍ଯନ୍ତ ଲଢିଥିଲେ କିନ୍ତୁ ମ୍ୟାଚକୁ ଜିତାଇ ପାରି ନଥିଲେ । ଅନ୍ୟପଟେ ଧୋନୀଙ୍କ ବ୍ୟାଟରୁ ଛକା ଚଉକା ଦେଖିବା ପାଇଁ ଦର୍ଶକ ଆଶା ରଖିଥିଲେ କିନ୍ତୁ ଧୋନୀ ଶେଷ ଓଭରେ ୩ଟି ଛକା ମାରି ୨୯ ରନ୍‌ କରିବାରେ ସକ୍ଷମ ହୋଇଥିଲେ ।

ପୂର୍ବରୁ ଚେନ୍ନାଇ ଟସ ଜିଣି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଦଳ ପ୍ରଥମରୁ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲଙ୍କୁ ହରାଇଥିଲା । ସେ ମାତ୍ର ୬ ରନ କରି ଆଉଟ ହୋଇଥିଲେ । ତେବେ ଅଧିନାୟକ ଷ୍ଟିଭ ସ୍ମିଥ ଓ ସଂଜୁ ସାମସନ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ମଜବୁତ ସ୍ଥିତିକୁ ଆଣିଥିଲେ । ସାମସନ ଏକ ବିସ୍ଫୋରକ ଇନିଂସ ଖେଳି ମାତ୍ର ୩୨ଟି ବଲ ଖେଳି ୯ ଛକା ଓ ଗୋଟିଏ ଚୌକା ସହ ୭୪ ରନ କରିଥିଲେ । ସ୍ମିଥ ମଧ୍ୟ ୪୭ ବଲ ଖେଳି ୬୯ ରନ ସଂଗ୍ରହ କରିଥିଲେ । ତେବେ ମ୍ୟାଚ ଶେଷ ଓଭରରେ ଜୋଫ୍ରା ଆର୍ଚରଙ୍କ ଆତସବାଜି ଦେଖିବାକୁ ମିଳିଥିଲା । ସେ ମାତ୍ର ୮ ଟି ବଲ ଖେଳି ୪ ଛକା ସହ ୨୭ ରନ କରିଥିଲେ । ଏହାଫଳରେ ରାଜସ୍ଥାନ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୨୧୬ ରନ ସଂଗ୍ରହ କରିପାରିଥିଲା ।

ସମ୍ବନ୍ଧିତ ଖବର