ଭୁବନେଶ୍ବର: ଚତୁର୍ଥ ନଳିନୀକାନ୍ତ ମହାନ୍ତି ସ୍ମାରକୀ ଓଡ଼ିଶା ରାଜ୍ୟ ମହିଳା ଚେସ୍ ପ୍ରତିଯୋଗିତା ନଭେମ୍ବର ୩ରୁ ୪ ତାରିଖ ଯାଏ କେନ୍ଦ୍ରାପଡ଼ା ଗୋପ ଛକସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟ ପରିସରରେ ଅାୟୋଜିତ ହେବ। ଅଲ ଓଡ଼ିଶା ଚେସ ଅାସୋସିଏସନ ଅାନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲା ଚେସ୍ ଅାସୋସିଏସନ ଦ୍ୱାରା ଅାୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ପାଇଁ ପ୍ରବେଶିକା ଦେୟ ୩୦୦ ଟଙ୍କା ରଖାଯାଇଛି। ପ୍ରତିଯୋଗିତାରେ ପ୍ରଥମ ୧୦ଟି ସ୍ଥାନ ସମେତ ୭ , ୯ , ୧୧ ଓ ୧୩ ବର୍ଷରୁ କମ୍ ବୟସ ବର୍ଗରେ ଗୋଟିଏ ଲେଖାଏ ଟ୍ରଫି ପ୍ରଦାନ ବ୍ୟବସ୍ଥା ରହିଛି। ପ୍ରତିଯୋଗିତାର ପ୍ରଥମ ୪ଟି ସ୍ଥାନ ହାସଲ କରିଥିବା ଖେଳାଳି ରାଜସ୍ଥାନର ଜୟପୁରଠାରେ ନଭେମ୍ବର ୧୮ରୁ ୨୬ ତାରିଖ ଯାଏ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ମହିଳା ଚେସ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବା ସୁଯୋଗ ପାଇବେ। ଅଧିକ ବିବରଣୀ ପାଇଁ କେନ୍ଦ୍ରାପଡ଼ା ଜିଲା ଚେସ୍ ସଂଘ ଉପସଭାପତି ନାରାୟଣ ଦାସ ଏବଂ ଅଲ ଓଡ଼ିଶା ଚେସ ଅାସୋସିଏସନ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା କେନ୍ଦ୍ରାପଡ଼ା ଜିଲା ସଂଘ ସମ୍ପାଦକ ଭବେଶ ମହାନ୍ତିଙ୍କୁ ଯୋଗାଯୋଗ କରିପାରିବେ।
ରାଜ୍ୟ ମହିଳା ଚେସ୍ ୩ରୁ
/sambad/media/post_attachments/wp-content/uploads/2018/10/800px-ChessStartingPosition.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)