ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ଦ୍ରୁତ ବୋଲର ରାଜେଶ ମହାନ୍ତି ଚେନ୍ନାଇସ୍ଥିତ ଏମ୍ଆର୍ଏଫ୍ ଫାଉଣ୍ଡେସନ୍ରେ ପ୍ରଶିକ୍ଷଣ ନେବାକୁ ଚୟନ ହୋଇଛନ୍ତି। ସେ ସ୍ଥାୟୀ ପ୍ରଶିକ୍ଷାର୍ଥୀ ଭାବେ ଏଠାରେ ପ୍ରଶିକ୍ଷଣ ନେବେ। ଏହାର ପ୍ରଶିକ୍ଷକ ନିର୍ଦେଶକ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା ରହିଛନ୍ତି। ଚଳିତ ବର୍ଷ ଏପ୍ରିଲ୍ ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ ରାଜେଶ ଚଳିତ ଋତୁରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୧୯ ବର୍ଷରୁ କମ୍ ଏସିଆ କପ୍ ବିଜେତା ଦଳର ସଦ୍ୟ ରହିବା ସହ ଓଡ଼ିଶା ପକ୍ଷରୁ ରଣଜୀ ପଦାର୍ପଣ କରି ୪୦ ୱିକେଟ୍ ଦଖଲ କରିସାରିଛନ୍ତି। ଆସାମ ବିପକ୍ଷ ରଣଜୀ ମୁକାବିଲାରେ ସେ ୧୧ ୱିକେଟ୍ ସଫଳତା ପାଇଥିଲେ। ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ବୋର୍ଡ ଏକାଦଶ ପକ୍ଷରୁ ଖେଳିବାର ଗୌରବ ମଧ୍ୟ ପାଇଥିଲେ। ପୂର୍ବରୁ ଓଡ଼ିଶାରୁ ଦେବାଶିଷ ମହାନ୍ତି ଏବଂ ଦୀପକ ମଙ୍ଗରାଜ ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ରେ ପ୍ରଶିକ୍ଷଣ ନେଇ ଅଗକୁ ବଢ଼ିଥିଲେ।