ପୂର୍ବାଞ୍ଚଳ ସ୍ନୁକର୍‌ ଜିତିଲେ ରାକେଶ

ଭୁବନେଶ୍ବର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ଠାରେ ଆୟୋଜିତ  ଅଷ୍ଟମ ଏମ୍‌ଆଇଇଟି ଓପନ୍‌ ପୂର୍ବାଞ୍ଚଳ ସ୍ନୁକର ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ୍‌ରେ ଡ. ରାକେଶ ରୋଶନ ପ୍ରଧାନ ୬-୪ରେ ରୁମିତ୍‌ ଗୁପ୍ତାଙ୍କୁ ପରାସ୍ତ କରି ଦ୍ବିତୀୟ ଥର ଲାଗି ଟ୍ରଫି କରାୟତ କରିଛନ୍ତି। ତେବେ ୨୦୧୪ ସଂସ୍କରଣ‌ର ବିଜେତା ରା‌କେଶଙ୍କୁ ଫାଇନାଲ୍‌ରେ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ଏକଦା ସ୍ଥିତି ୪-୪ ରହିଥିଲା। ହେଲେ ନବମ ଓ ଦଶମ ଫ୍ରେମ୍‌ରେ ପ୍ରଥମ ଥର ଲାଗି ଫାଇନାଲ୍‌ ଖେଳୁଥିବା ରୁମିତ ପଛରେ ପଡ଼ି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ବିଜେତା ଟ୍ରଫି ଓ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ସହ ସର୍ବାଧିକ ବ୍ରେକ୍‌ ପଏଣ୍ଟ୍‌ ପୁରସ୍କାର ୫,୦୦୦ ଟଙ୍କା ରାକେଶଙ୍କୁ ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ମହାବୀର ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁସନ୍‌ର ଉପାଧ୍ୟକ୍ଷ ବିକ୍ରମ ପ୍ରଧାନ ଏବଂ ଏମ୍‌ଆଇଇଟି ଇନ୍‌ଷ୍ଟିଚ୍ୟୁସନ୍‌ର ମାଲିକ ରଂଜନ ନାୟକ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର