ଭୁବନେଶ୍ବର: ପାରାଲିମ୍ପିକ୍ କମିଟି ଅଫ୍ ଇଣ୍ଡିଆ ତରଫରୁ ବେଙ୍ଗାଲୁରୁର କାନ୍ତିରଭା ଷ୍ଟାଡିୟମରେ ଆୟୋଜିତ ହ୍ୱିଲ୍ଚେୟାର ଅସିଚାଳନା ଏକାଡେମି ପ୍ରଶିକ୍ଷକ ସେମିନାରରେ ଓଡ଼ିଶାରୁ ରାଖାଲ ସେଠୀ ପ୍ରତିନିଧିତ୍ବ କରୁଛନ୍ତି। ଶୁକ୍ରବାରଠୁ ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେମିନାରରେ ବିଭିନ୍ନ ଦେଶର ଖେଳାଳି ଓ ପ୍ରଶିକ୍ଷକମାନେ ଅଂଶଗ୍ରହଣ କରିଛନ୍ତି। ଗ୍ରେଟ୍ ବ୍ରିଟେନ୍ର ବାଲଦୀପ ସାହୋତା ଓ ସୁତେରା ରିତରାୱେ, ଇଣ୍ଡୋନେସିଆର ଇଦି ସୁୱାର୍ତୋ ଏବଂ ଜର୍ମାନିର ପିଏରି ପୁପାଟିଙ୍କ ତତ୍ବାବଧାନରେ ଖେଳାଳି ଓ ପ୍ରଶିକ୍ଷକମାନେ ଏଠାରେ ପ୍ରଶିକ୍ଷଣ ନେଉଛନ୍ତି। ରାଖାଲ ଓଡ଼ିଶାର ଅନ୍ତର୍ଜାତୀୟ ଖେଳାଳି ଏବଂ ଏନ୍ଆଇଏସ୍ ପ୍ରମାଣପତ୍ରପାପ୍ତ ପ୍ରଶିକ୍ଷକ। ସେ ୨୦୧୯ଠାରୁ ପ୍ରଶିକ୍ଷଣ ଦେଇଆସୁଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଓଡ଼ିଶା ଖେଳାଳି ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ଦେଉଛନ୍ତି। ଏହି ପ୍ରଶିକ୍ଷଣ ଫଳରେ ରାଖାଲ୍ ଆହୁରି ଉନ୍ନତି କରିବେ ବୋଲି ଆଶା ପ୍ରକଟ କରିଛି ଓଡ଼ିଶା ପାରା ସ୍ପୋର୍ଟସ ସଂଘ।
ହ୍ବିଲଚେୟାର ଅସିଚାଳନା ଏକାଡେମି ପ୍ରଶିକ୍ଷକ ସେମିନାରରେ ରାଖାଲ
/sambad/media/post_attachments/wp-content/uploads/2022/07/65f4h65sf465fh4hf4hf65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)