ଢେଙ୍କାନାଳ,: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗାସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ରାମକୃଷ୍ଣ ବେହେରାଙ୍କୁ ଉପକନିଷ୍ଠ ବାଳକ ଜାତୀୟସ୍ତରୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଦଳର ପ୍ରଶିକ୍ଷକ ଭାବେ ଅ˚ଶ ଗ୍ରହଣ ପାଇଁ ମନୋନୀତ କରାଯାଇଥିଲା। ଓଡ଼ିଶା ଫୁଟବଲ୍‌ ସ˚ଘ ପକ୍ଷରୁ ଏହି ଚୟନ କରାଯାଇଥିଲେ ମଧ୍ୟ ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀଙ୍କ ସମନ୍ବୟ ଅଭାବରୁ ଶ୍ରୀ ବେହେରା ବଳିପଡ଼ିବା ସହ ଜାତୀୟସ୍ତରରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାରୁ ବଞ୍ଚିତ ହୋଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗତବର୍ଷ ଅରୁଣାଞ୍ଚଳ ପ୍ରଦେଶର ଇଟାନଗରଠାରେ ହୋଇଥିବା ଜାତୀୟ ଉପ କନିଷ୍ଠ ଫୁଟବଲ୍‌ ପ୍ରତିଯୋଗିତାରେ ରାମକୃଷ୍ଣ ସହକାରୀ ପ୍ରଶିକ୍ଷକ ଭାବେ ଓଡ଼ିଶା ଦଳର ନେତୃତ୍ବ ନେଇଥିବା ବେଳେ ସେଠାରେ ଓଡ଼ିଶା ଦଳ ବିଜେତା ହୋଇଥିଲା। ଦୀର୍ଘ ବର୍ଷ ପରେ ଓଡ଼ିଶା ଦଳର ଏହି କୃତିତ୍ବ ଯୋଗୁଁ ଓଡ଼ିଶା ଫୁଟବଲ୍‌ ସ˚ଘ ଚଳିତଥର ପୁଣି ଥରେ ତାଙ୍କ ଉପରେ ବିଶ୍ବାସ ରଖି ଝାଡ଼ଖଣ୍ଡର ବୋକାରୋରେ ସେପ୍ଟେମ୍ବର ୩ରୁ ୮ ତାରିଖ ତାରିଖ ପର୍ଯ୍ୟନ୍ତ ହେଉଥିବା ଜାତୀୟ ଫୁଟବଲ୍‌ ପ୍ରତିଯୋଗିତାର ଉପକନିଷ୍ଠ ବିଭାଗର ପ୍ରଶିକ୍ଷକ ଭାବେ ମନୋନୀତ କରିଥିଲେ। ଏଥିପାଇଁ ୨୩ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ କଟକଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଓଡ଼ିଶାର ଫୁଟବଲ୍‌ ଦଳ ସହ ରାମକୃଷ୍ଣ ଝାଡ଼ଖଣ୍ଡ ଯାତ୍ରା କରିବେ ବୋଲି ଓଡ଼ିଶା ଫୁଟ୍‌ବଲ୍‌ ସ˚ଘର ସ˚ପାଦକ ସ˚ଜୟ ବେହେରା ଗତ ଅଗଷ୍ଟ ୧୦ ତାରିଖରେ ଚିଠି (ନମ୍ବର ଏଫ୍‌ଏକ୍ୟୁ୧୯/୩୩୧)ଦ୍ବାରା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ ଏବଂ ତାର ନକଲ ଢେଙ୍କାନାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ପ୍ରଦାନ କରିଥିଲେ। ଏହା ପରେ ପୁନର୍ବାର ରାଜ୍ୟ ଫୁଟବଲ୍‌ ସ˚ଘର ସ˚ପାଦକ ଶ୍ରୀ ବେହେରା ପକ୍ଷରୁ ଅଗଷ୍ଟ ୨୦ ତାରିଖରେ ଚିଠି (ନମ୍ବର ୧୯/୩୩୫)ରେ ଉପକନିଷ୍ଠ ବାଳକ ଦଳ ଜାତୀୟସ୍ତରୀୟ ଫୁଟବଲ୍‌ ପ୍ରତିଯୋଗିତାର ସହକାରୀ କୋଚ୍‌ ଭାବେ ରାମକୃଷ୍ଣ ବେହେରା ଅ˚ଶ ଗ୍ରହଣ କରିବା ପାଇଁ ତାଙ୍କୁ ଅଗଷ୍ଟ ୨୩ରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦେବାକୁ ଢେଙ୍କାନାଳ ଶିକ୍ଷା ଅଧିକାରୀଙ୍କୁ ପୃଥକ ଭାବେ ଚିଠି କରିଥିଲେ।

ରାଜ୍ୟ ଫୁଟବଲ୍‌ ସ˚ଘ ପକ୍ଷରୁ ଶିକ୍ଷା ବିଭାଗର ରାଜ୍ୟ କର୍ତ୍ତୃପକ୍ଷ ଏବ˚ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ପୃଥକ ପୃଥକ ଭାବେ ଚିଠି କରାଯାଇଥିଲେ ମଧ୍ୟ ଉଭୟ କର୍ତ୍ତୃପକ୍ଷ ତା ଉପରେ ଗୁରୁତ୍ବ ଦେଇନଥିଲେ। ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗକୁ କୌଣସି ନିର୍ଦ୍ଦେଶ ଆସିନଥିବା ବେଳେ ଜିଲ୍ଲା କର୍ତ୍ତୃପକ୍ଷ ମଧ୍ୟ ଏ ସ˚ପର୍କରେ ରାଜ୍ୟ ଶିକ୍ଷା ବିଭାଗକୁ ପରାମର୍ଶ ମାଗିନଥିଲେ। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ (ଆଇପିଇ)ଙ୍କ ପକ୍ଷରୁ ମଧ୍ୟ ଏଥିପାଇଁ କୌଣସି ଉଦ୍ୟମ କରାଯାଇନଥିବା ବେଳେ ଭୁବନେଶ୍ବର ଶାରୀରିକ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ କରିନଥିଲେ। ଯାହାଫଳରେ ପ୍ରଶିକ୍ଷକ ଶ୍ରୀ ବେହେରା ନିଜର ପାରିଦର୍ଶିତା ଦେଖାଇବା ସୁଯୋଗରୁ ବଞ୍ଚିତ ହୋଇ ମନସ୍ତାପ ମଧ୍ୟରେ ରହିଛନ୍ତି।

ଏ ସ˚ପର୍କରେ ପ୍ରଶିକ୍ଷକ ଶ୍ରୀ ବେହେରା ଭୁବନେଶ୍ବର ଶାରୀରିକ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମୀପ୍ରିୟା ଦେଇଙ୍କୁ ସାକ୍ଷାତ କରିବାକୁ ସେ କହିଥିଲେ, ନିଜ ଜିଲ୍ଲାର ଶାରୀରିକ ଶିକ୍ଷା ନିରୀକ୍ଷକଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀ ଆମକୁ କୌଣସି ପ୍ରସ୍ତାବ ଦେଇନଥିବାରୁ ଆମ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନାହିଁ। ଅନ୍ୟପକ୍ଷରେ ପ୍ରଶିକ୍ଷକ ଶ୍ରୀ ବେହେରା ଜିଲ୍ଲା ଶିକ୍ଷାଧିକାରୀ ସୁଧାନନ୍ଦ ପରିଡ଼ାଙ୍କୁ ପଚାରିବାରୁ ସେ କହିଥିଲେ, ମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ରାଜ୍ୟ ଶାରୀରିକ ଶିକ୍ଷା ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନଥିବାରୁ ଓଡ଼ିଶା ବାହାରକୁ ଯିବା ପାଇଁ ମୁଁ ଅନୁମତି ଦେଇପାରି ନାହିଁ। ତେବେ ରାଜ୍ୟ ଏବ˚ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସମନ୍ବୟ ଅଭାବରୁ ରାମକୃଷ୍ଣଙ୍କ ପରି ପ୍ରତିଭା ଆଗକୁ ବଢ଼ିବାରେ ଅସଫଳ ହେଉଛନ୍ତି।