ରାମେଶ୍ବର କପ୍‌ କ୍ରିକେଟ୍‌: ବିବିସିଏ ବିଜୟୀ

ଭୁବନେଶ୍ବର: ଅମରେନ୍ଦ୍ର ପ୍ରସାଦ ବଳଙ୍କ ସ୍ମୃତିରେ ଆୟୋଜିତ ୧୫ ବର୍ଷରୁ କମ୍‌ ଚତୁର୍ଥ ରାମେଶ୍ବର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ବିବିସିଏ ବିଜୟୀ ହୋଇଛି। ଗୁରୁବାର ଏହି ଦଳ ୬ ୱିକେଟ୍‌ରେ ଟାଉନ୍‌ କ୍ଲବ୍‌କୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଥିବା ଟାଉନ୍‌ କ୍ଲବ୍‌ ୨୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୩ ରନ୍‌ କରିଥିଲା। ରାହୁଲ ପଣ୍ଡା ୩୧ ରନ୍‌ କରିଥିଲା ବେଳେ ବିବିସିଏର ହିମାଂଶୁ ସାହୁ (୩/୧୪) ଓ ବିଶ୍ବଜିତ ପ୍ରଧାନ (୩/୩୧) ଚମତ୍କାର ବୋଲିଂ ସଫଳତା ପାଇଥିଲେ। ଜବାବରେ ବିବିସିଏ ବିଶ୍ବଜିତ ପ୍ରଧାନ (୬୫ ରନ୍‌, ୬୧ ବଲ୍‌)ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨୨ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଟାଉନ୍‌ କ୍ଲବ୍‌ର ମହିମା ଅମ୍ଳାନ ୨୯ ରନ୍‌ ବିନିମୟରେ ବିବିସିଏର ପତନ ଘଟିଥିବା ସମସ୍ତ ୪ ୱିକେଟ୍‌ ଦଖଲ କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ବିଶ୍ବଜିତ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଅମରେଶ ପରିଡ଼ା ପ୍ରଦାନ କରିଥିଲେ। ମ୍ୟାଚ୍‌କୁ ‌ନରେନ୍ଦ୍ର ଦାଶ ଓ ସାର୍ଥକ ଶିବ ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର