ଫାଇନାଲ୍‌ରେ ରାମେଶ୍ୱର-ଏ

ରାମେଶ୍ୱର କପ୍‌ କ୍ରିକେଟ୍‌

ଭୁବନେଶ୍ୱର: ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରଥମ ଦଳ ଭାବେ ରାମେଶ୍ୱର-ଏ ଦଳ ପ୍ରବେଶ କରିଛି। ଶୁକ୍ରବାର ସ୍ଥାନୀୟ ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ୍‌ରେ ଆୟୋଜକ ରାମେଶ୍ୱର-ଏ ଦଳ ୮ ଓ୍ଵିକେଟ୍‌ରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି)କୁ ପରାସ୍ତ କରିଥିଲା। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଏମ୍‌ସିସି ୨୮.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୦ ରନ୍‌ କରିଥିଲା। କିଷନ ପଟେଲ (୬୧ ରନ୍‌) ଅର୍ଧଶତକ ହାସଲ କରିଥିଲେ। ରାମେଶ୍ୱର ପକ୍ଷରୁ ରାଜେଶ ମହାନ୍ତି ଏବଂ ରାଜେଶ ସାଣ୍ଟି ୨ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କୁନାଲ ମଲ୍ଲିକ (୫୭ ରନ୍‌, ୪୩ ବଲ୍‌)ଙ୍କ ଅର୍ଧଶତକ ବଳରେ ରାମେଶ୍ୱର ୧୪ ଓଭରରେ ୨ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅନିକେତ ପଟ୍ଟନାୟକ (୨୮ ରନ୍‌) ଏବଂ ଆଶୁତୋଷ ସାହୁ (୧୫* ରନ୍‌) ଉପଯୋଗୀ ପାଳି ଖେଳିଥିଲେ। ରାଜେଶ ମହାନ୍ତି ଏବଂ କୁନାଲ ମଲ୍ଲିକ ଯୁଗ୍ମ ଭାବେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। କୃପାନନ୍ଦ ଚୌଧୁରୀ ଏବଂ ଦୀପ୍ତି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆଲୋକ ଦାସ ଓ ପବିତ୍ର ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ପାର୍ଥ ସାରଥୀ ମହାପାତ୍ର ସ୍କୋରର୍‌ ଥିଲେ। ଶୁକ୍ରବାର ଗ୍ରୁପ୍‌-ଏର ସମସ୍ତ ମ୍ୟାଚ୍‌ ଶେଷ ହୋଇଥିଲା ବେଳେ ଶନିବାରଠୁ ଗ୍ରୁପ୍‌-ବିର ମୁକାବିଲା ଆରମ୍ଭ ହେବ। ପ୍ରଥମ ଦିନ ପ୍ରଥମ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ପ୍ରଗତି ସ୍ପୋର୍ଟିଂକୁ ସହିଦ ସ୍ପୋର୍ଟିଂ ଭେଟିବ।

ସମ୍ବନ୍ଧିତ ଖବର