ରାମେଶ୍ବର କପ୍‌ କ୍ରିକେଟ୍‌ କ୍ବାର୍ଟର୍‌ରେ ବିଶ୍ବଭାରତୀ

ଭୁବନେଶ୍ବର: ରାମେଶ୍ବର ସ୍ପୋର୍ଟିଂ ଆୟୋଜିତ ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣର କ୍ବର୍ଟର୍‌ ଫାଇନାଲ୍‌ରେ କଟକର ବିଶ୍ବଭାରତୀ କ୍ଲବ୍‌ ପ୍ରବେଶ କରିଛି। ସୋମବାର ମ୍ୟାଚ୍‌ରେ ବିଶ୍ବଭାରତୀ ୭ ୱିକେଟ୍‌ରେ କ୍ରାଉନ୍‌ ସ୍ପୋର୍ଟିଂକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା କ୍ରାଉନ୍‌ ଦଳ ସାର୍ଥକ ଗୌରବ ପଣ୍ଡା (୪/୧୪)ଙ୍କ ବୋଲିଂକୁ ସାମ୍ନା କରି ନପାରି ୨୮.୫ ଓଭରରେ ସମସ୍ତ ୱି‌କେଟ୍‌ ହରାଇ ୧୧୪ ରନ୍‌ କରିଥିଲା। କୁମାର ଶିବମଙ୍କ ୪୪ ରନ୍‌ କରିଥିଲେ। ଜବାବରେ ବିଶ୍ବଭାରତୀ ସୁମନ ସୌରଭ ଓଝାଙ୍କ ୪୨ ଓ ସମ୍ବିତ କୁମାର ସାହୁଙ୍କ ଅପରାଜିତ ୩୧ ରନ୍‌ ସହୟାତାରେ ୨୩.୨ ଓଭର ଖେଳି ୩ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ‌ସମାଜସେବୀ ଅକ୍ଷୟ ଜେନା ଓ ରଣଜୀ ଖେଳାଳି ପରେଶ ପ‌ଟେଲ ଅତିଥି ଭାବେ ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସାର୍ଥକ ଗୌରବ ପଣ୍ଡାଙ୍କୁ ପ୍ରଦାନ କରିଥିଲେ। ପ୍ରିୟବ୍ରତ ପ୍ରଧାନ ଓ ଜ୍ୟୋତିରଂଜନ ବେହେରା ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ଆୟୋଜକ ରାମେଶ୍ବର ଓ ସହିଦ ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର