ରାମେଶ୍ୱର କପ୍‌ ସେମିରେ ଆୟୋଜକ

ଭୁବନେଶ୍ୱର: ଆୟୋଜକ ରାମେଶ୍ୱର ସ୍ପୋର୍ଟିଂ ପ୍ରଥମ ଦଳ ଭାବେ ଚଳିତ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ସ୍ଥାନୀୟ ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ବୁଧବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ରେ ଓସ୍କାର ସ୍ପୋର୍ଟିଂକୁ ୪ ଓ୍ଵିକେଟ୍‌ରେ ରାମେଶ୍ୱର ସ୍ପୋର୍ଟିଂ ପରାସ୍ତ କରିଥିଲା। ବୁଧବାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଓସ୍କାର ସ୍ପୋର୍ଟିଂ ୨୬.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୧୭ ରନ୍‌ କରିଥିଲା। ବିିକ୍ରମ ଜଗଦେବ ରୟ ୪୦ ଏବଂ ଶୁଭମ ନନ୍ଦ ୨୧ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ଶ୍ରୀତମ ମହାନ୍ତି ୩ ଏବଂ ରାଜେଶ ସାଣ୍ଟି ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ରାମେଶ୍ୱର ୨୪.୧ ଓଭରରେ ୬ ଓ୍ଵିକେଟ୍‌ ବିନିମୟରେ ୧୧୮ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। କୃଷ୍ଣଚନ୍ଦ୍ର ବାରିକ ୨୯ ଏବଂ ଅନିକେତ ପଟ୍ଟନାୟକ ୨୭ ରନ୍‌ କରିଥିଲା ବେଳେ ସୌମ୍ୟରଂଜନ ମିଶ୍ର ୨ ଓ୍ଵିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଶ୍ରୀତମ ମହାନ୍ତିଙ୍କୁ ଅତିଥି ସତ୍ୟଜିତ ଜେନା (ଯୁବ ନେତା ତଥା ସାମାଜିକ କର୍ମୀ) ପ୍ରଦାନ କରିଥିଲେ। ପରେଶ ପଟେଲ ଓ ଦେବରାଜ କର ମ୍ୟାଚ୍‌ ପରିଚାଳନା କରିଥିଲେ। ପାର୍ଥସାରଥୀ ମହାପାତ୍ର ସ୍କୋରର୍‌ ରହିଥିଲେ। ଗୁରୁବାର ଦ୍ୱିତୀୟ କ୍ୱାର୍ଟର୍‌ ଫାଇନାଲ୍‌ରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଏବଂ ଶେଖର ସ୍ପୋର୍ଟିଂ ଭେଟାଭେଟି ହେବେ।

ସମ୍ବନ୍ଧିତ ଖବର