ରାମେଶ୍ୱର କପ୍‌ ସେମିରେ ଏମ୍‌ସିସି

ଭୁବନେଶ୍ୱର: ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ (ଏମ୍‌ସିସି) ଦ୍ୱିତୀୟ ଦଳ ଭାବେ ଚଳିତ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ଦ୍ୱିତୀୟ କ୍ୱାର୍ଟର ଫାଇନାଲ୍‌ରେ ଶେଖର ସ୍ପୋର୍ଟିଂକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରି ଏମ୍‌ସିସି ଏହି ସଫଳତା ପାଇଥିଲା। ଟସ୍‌ ଜିତି ବ୍ୟାଟିଂ ନେଇଥିବା ଶେଖର ସ୍ପୋର୍ଟିଂ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ କରିଥିଲା। ସୁମିତ ପଟ୍ଟନାୟକ ୩୮ ରନ୍‌ କରିଥିଲା ବେଳେ ରାହୁଲ ଶର୍ମା ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଏମ୍‌ସିସି ୧୮.୨ ଓଭରରେ ୮ ଓ୍ଵିକେଟ୍‌ ବିନିମୟରେ ୧୧୧ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ମରୁତ ନନ୍ଦନ ୩୨ ଏବଂ ବିଭାଂଶୁ ରାୟ ୧୯ ରନ୍‌ କରିଥିଲେ। ଶେଖର ସ୍ପୋର୍ଟିଂ ପକ୍ଷରୁ ସାଇ ସ୍ୱରୂପ ଦାସ ଏବଂ ସୌରଭ ଦାସ ୩ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମରୁତ ନନ୍ଦନଙ୍କୁ ଅତିଥି ଅକ୍ଷୟ ଜେନା ପ୍ରଦାନ କରିଥିଲେ। ଆଲୋକ ମଙ୍ଗରାଜ ଓ ତନ୍ମୟ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ପାର୍ଥସାରଥୀ ମହାପାତ୍ର ସ୍କୋରର୍‌ ରହିଥିଲେ। ଶୁକ୍ରବାର ପ୍ରଥମ ସେମିଫାଇନାଲ୍‌ରେ ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଏବଂ ରାମେଶ୍ୱର-ଏ ଭେଟାଭେଟି ହେବେ।

ସମ୍ବନ୍ଧିତ ଖବର