ଭୁବନେଶ୍ୱର: ତାଳଚେରରେ ଚାଲିଥିବା ନିଖିଳ ଓଡ଼ିଶା ପବିତ୍ର ନଗର କପ୍ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍ରେ ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ପହଞ୍ଚିଯାଇଛି। ଶନିବାର ସେମିଫାଇନାଲ୍ରେ ରାମେଶ୍ୱର ୬୧ ରନ୍ରେ ମହାବୀର କ୍ରିକେଟ୍ କ୍ଲବ୍ (ପୁରୀ)କୁ ପରାସ୍ତ କରିଦେଇଛି। ଟସ୍ ଜିତି ବ୍ୟାଟିଂ ନେଇଥିବା ରାମେଶ୍ୱର ବିଶ୍ୱଜିତ୍ ଭୂୟାଁ (୬୭ ବଲ୍ରୁ ୮୪)ଙ୍କ ଅର୍ଧଶତକ ସାଙ୍ଗକୁ ରାଜେଶ ମହାନ୍ତି (୨୦ ବଲ୍ରୁ ୪୨) ଓ ଦୀପକ ମଙ୍ଗରାଜ (୧୬ ବଲ୍ରୁ ୩୧)ଙ୍କ ଧୂଆଁଧାର ପାଳି ବଳରେ ୨୫ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ କରିଥିଲା ୨୧୦ ରନ୍। ମହାବୀର କ୍ଲବ୍ ପକ୍ଷରୁ ରାଜା ଲେଙ୍କା ୩୧ ରନ୍ରେ ୫ ଓ୍ଵିକେଟ୍ ସଫଳତା ପାଇଥିଲେ। ଜବାବରେ ମହାବୀର ଦଳ ୨୧.୪ ଓଭରରେ ୧୪୯ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ବିଶ୍ୱଜିତ୍ ମିଶ୍ର ୪୩ ଓ ପୀତାମ୍ବର ଦାସ ୨୫ ରନ୍ କରିଥିଲା ବେଳେ ବିଜୟୀ ଦଳର ସୁବ୍ରତ ବେହେରା ୩୩ ରନ୍ରେ ୫ ଓ୍ଵିକେଟ୍ ଅକ୍ତିଆର କରିଥିଲେ। ବିଶ୍ୱଜିତ୍ ମଲ୍ଲିକ ଓ ରାକେଶ ଶର୍ମା ୨ ଲେଖାଏଁ ଓ ଦୀପକ ମଙ୍ଗରାଜ ଗୋଟିଏ ଓ୍ଵିକେଟ୍ ପାଇଥିଲେ। ବିଶ୍ୱଜିତ୍ ଭୂୟାଁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ପବିତ୍ର ନଗର କପ୍ ଫାଇନାଲ୍ରେ ରାମେଶ୍ୱର
/sambad/media/post_attachments/wp-content/uploads/2018/01/7-Rameswar-in-d-Final-at.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)