ଲାଲୁଙ୍କ ୭ ଓ୍ଵିକେଟ୍‌; ରାମେଶ୍ୱର ଫାଇନାଲ୍‌ରେ

ଅଜିତ ସ୍ମାରକୀ କ୍ରିକେଟ୍‌

ଭୁବନେଶ୍ୱର: ଢେଙ୍କାନାଳର ଜିରାଲାଠାରେ ଚାଲିଥିବା ଅଜିତ୍‌ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟି କ୍ଲବ୍‌ ଫାଇନାଲ୍‌ ପ୍ରବେଶ କରିଛି। ଶନିବାର ଦ୍ୱିତୀୟ ସେମିଫାଇନାଲ୍‌ରେ ରାମେଶ୍ୱର ୪୬ ରନ୍‌ରେ ଭଦ୍ରକର ୟୁନାଇଟେଡ୍‌ କ୍ଲବ୍‌କୁ ପରାସ୍ତ କରିଛି। ବିଶ୍ୱଜିତ୍‌ ଭୂୟାଁଙ୍କ ୪୮, କୁନାଲ ମଲ୍ଲିକଙ୍କ ୩୨ ଓ ଦୀପକ ମଙ୍ଗରାଜଙ୍କ ୨୫ ରନ୍‌ ବଳରେ ରାମେଶ୍ୱର ନିର୍ଧାରିତ ୨୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୭୮ ରନ୍‌ କରିଥିଲା। ଭଦ୍ରକ ଦଳର ପ୍ରଭାତ କୁମାର ୩ ଓ ପ୍ରିତମ୍‌ ସିଂହ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭଦ୍ରକ ଦଳ ୧୮.୨ ଓଭରରେ ୧୩୨ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଲାଲୁ ମହାନ୍ତି ୩୧ ରନ୍‌ରେ ୭ ଓ୍ଵିକେଟ୍‌ ନେଇ ଘାତକ ସାବ୍ୟସ୍ତ ହୋଇଥିଲେ। ପରେଶ ପଟେଲ ୨୧ ରନ୍‌ରେ ୨ ଓ୍ଵିକେଟ୍‌ ନେଇଥିଳେ। ଲାଲୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରାମେଶ୍ୱର ଫାଇନାଲ୍‌ରେ ଯାଜପୁରର ଗୋଲ୍‌କୁଣ୍ଡ କ୍ଲବ୍‌କୁ ଭେଟିବ।

ସମ୍ବନ୍ଧିତ ଖବର