ଭୁବନେଶ୍ୱର: ଅନୁଗୁଳଠାରେ ଚାଲିଥିବା ଏକାଦଶ ସୋମନାଥପୁର କ୍ରିକେଟ୍ କପ୍ରେ ଓ୍ଵାଇଏସ୍ସିସି (ଅନଗୁଳ)କୁ ୪୭ ରନ୍ରେ ପରାସ୍ତ କରି ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଫାଇନାଲ୍ ପ୍ରବେଶ କରିଛି। ମଙ୍ଗଳବାର ସେମିଫାଇନାଲ୍ରେ ଟସ୍ ଜିତି ରାମେଶ୍ୱର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ବିଶ୍ୱଜିତ୍ ଭୂୟାଁଙ୍କ ୭୦ ବଲ୍ରୁ ୯୦, କୁନାଲ ମଲ୍ଲିକଙ୍କ ୩୨ ଓ ବିକ୍ରମ ସ୍ୱାଇଁଙ୍କ ୨୦ ରନ୍ ବଳରେ ୨୫ ଓଭରରେ ୫ ଓ୍ଵିକେଟ୍ ହରାଇ କରିଥିଲା ୧୭୫ ରନ୍। ଅନୁଗୂଳ ଦଳ ପକ୍ଷରୁ ଏମ୍ଡି ହାସିମ୍ ୨ ଓ୍ଵିକେଟ୍ ପାଇଥିଲେ। ଜବାବରେ ସୌଭାଗ୍ୟ ମିଶ୍ରଙ୍କ ୪୪ ଓ ଏମ୍ଡି ହାସିମ୍ଙ୍କ ୨୬ ରନ୍ ସତ୍ତ୍ୱେ ଅନୁଗୁଳ ଦଳ ୧୨୮ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ରାକେଶ ଶର୍ମା (୩/୨୨), ବିଶ୍ୱଜିତ୍ ମଲ୍ଲିକ (୩/୧୫), ପରେଶ ପଟେଲ (୨/୧୧) ଓ ଲାଲୁ ମହାନ୍ତି (୨/୨୨) ଚମତ୍କାର ବୋଲିଂ କରି ଅନୁଗୁଳ ଦଳର ସମସ୍ତ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ବିଶ୍ୱଜିତ୍ ଭୂୟାଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ସୋମନାଥପୁର କପ୍ ଫାଇନାଲ୍ରେ ରାମେଶ୍ୱର
/sambad/media/post_attachments/wp-content/uploads/2018/02/odisha-cricket-1-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)