ରାମେଶ୍ୱେର କପ୍‌ କ୍ୱାର୍ଟର୍‌ରେ ଓସ୍କାର ସ୍ପୋର୍ଟିଂ

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଆୟୋଜିତ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓସ୍କାର ୨୦ ରନ୍‌ରେ କିଶୋର କ୍ଲବ୍‌କୁ ପରାସ୍ତ କରି କ୍ୱାର୍ଟର୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରିଛି।
ଟସ୍‌ ଜିତି ଓସ୍କାର ନିର୍ଧାରିତ ୩୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୨୧୫ ରନ୍‌ କରିଥିଲା। ରାହୁଲ ନାୟକ ୬୬ ରନ୍‌ (୪୫ ବଲ୍‌), ବିକ୍ରମ ଜଗଦେବ ରାୟ ୫୯ (୪୧ ବଲ୍‌), ପାମିର ଭାରିମଲ ୫୧ ରନ୍‌ (୩୩ ବଲ୍‌) ଅର୍ଧଶତକ ହାସଲ କରିଥିଲେ। କିଶୋର କ୍ଲବ୍‌ ପକ୍ଷରୁ ଯଜ୍ଞସେନ ପଟ୍ଟନାୟକ ୩ ଓ ଦିନା ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କିଶୋର କ୍ଲବ୍‌ ୨୯.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୯୫ ରନ୍‌ କରିଥିଲା। ସତ୍ୟବାନ ସାସମଲ ୮୫ ରନ୍‌ (୫୬ ବଲ୍‌) ଏବଂ ପ୍ରିୟବ୍ରତ ନାୟକ ୩୮ ରନ୍‌ (୩୨ ବଲ୍‌) କରିଥିଲେ। ରାହୁଲ ନାୟକ ୪ ଏବଂ ପାମିର ଭାରିମଲ ୨ ଓ୍ଵିକେଟ୍‌ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ରାହୁଲ ନାୟକ (୬୬ ରନ୍‌, ୪ ଓ୍ଵିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ରଣଜୀ ତାରକା ଅରବିନ୍ଦ ସିଂହ ପ୍ରଦାନ କରଥିଲେ। ପରେଶ ପଟେଲ ଓ ତନ୍ମୟ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ। ମଙ୍ଗଳବାର ସ୍କାନ୍‌ କ୍ଲବ୍‌ ଓ ଶେଖର ସ୍ପୋର୍ଟିଂ ମଧ୍ୟରେ ମୁକାବିଲା ହେବ।

ସମ୍ବନ୍ଧିତ ଖବର