ଯାଜପୁରଟାଉନ: ମାଳଦା ପଞ୍ଚାୟତ ରଘୁନାଥପୁର ପଡିଆରେ ଚାଲିଥିବା ରାଜ୍ୟସ୍ତରୀୟ ଅଦ୍ୱୈତ ସ୍ମାରକୀ ଏକାଦଶ ମହିନ୍ଦ୍ରା ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ଫାଇନାଲ୍ରେ କଟକର ରାଇଜିଂ ଷ୍ଟୁଡେଣ୍ଟ୍କୁ ପରାସ୍ତ କରି ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ବିଜେତା ହୋଇଛି। ରାଇଜିଂ ଷ୍ଟୁଡେଣ୍ଟ ୨୧ ଓଭରରେ ୧୧୯ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ପ୍ରତୀକ ଦାସ ୩୫ ବଲ୍ରେ ୫୫ ଓ ଅବିନାଶ ସାହା ୩୦ ବଲ୍ରେ ୩୧ ରନ୍ କରିଥିଲେ। ରାମେଶ୍ୱର ପକ୍ଷରୁ ସୁବ୍ରତ ବେହେରା ୪ ରନ୍ରେ ୨, ରାକେଶ ଶର୍ମା ୨ ରନ୍ରେ ୨ ଏବଂ ପରେଶ ପଟେଲ ୧୩ ରନ୍ରେ ୨ ୱିକେଟ ଅକ୍ତିଆର କରିଥିଲେ। ଜବାବରେ ରାମେଶ୍ୱର ୨୨ ଓଭରରେ ୯ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ପରେଶ ପଟେଲ ୩୯ ବଲ୍ରେ ୩୯, କୁନାଲ ମଣ୍ଡଳ ୨୧ ବଲ୍ରେ ୧୮ ରନ୍୍ ଓ ନରେନ୍ଦ୍ର ଦାସ ୬ ବଲ୍ରୁ ୧୨ ରନ୍ କରଥିଲେ। ରାଇଜିଂ ଷ୍ଟୁଡେଣ୍ଟର ପ୍ରଭାତ ଦାସ ଓ ସୋମେନ ଚାନ୍ଦ ୩ ଲେଖାଏଁ ଏବଂ ଦିଲୀପ ପଣ୍ଡା ୨ ୱିକେଟ ନେଇଥିଲେ। ଅଲ୍ରାଉଣ୍ଡ୍ ପ୍ରଦର୍ଶନ ପାଇଁ ବିଜେତା ଦଳର ପରେଶ ପଟେଲ ଫାଇନାଲ୍ର ଶ୍ରେଷ୍ଠ, ରାଇଜିଂ ଷ୍ଟୁଡେଣ୍ଟର ପ୍ରତୀକ ଦାସ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶରତ ଜେନା ଓ ଆଶୁତୋଷ ପାଣି ମ୍ୟାଚ୍ ପରିଚାଳନା କରିଥିଲେ। ବୀର ନାରାୟଣ ମାଝୀ, ରଘୁନାଥ ମାଝୀ ଓ ରତିକାନ୍ତ ବଳ ସ୍କୋରର ଥିଲେ। ପ୍ରଦୀପ ନାୟକ ଓ ବିଷ୍ଣୁ ଚରଣ ବୋଇତେଇ ଧାରା ବିବରଣୀ ପ୍ରଦାନ କରିଥିଲେ। ଆୟୋଜିତ ସଭାରେ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲ ମୁଖ୍ୟ ଅତିଥି, ଗୋପୀନାଥ ନାୟକ, ବିଶ୍ୱନାଥ ମାଝୀ, ବିଭୂତି ବୋଇତେଇ ଓ ଶ୍ରୀଜୟ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥ ଭାବେ ଯୋଗଦେଇଥିଲେ। ମୁଖ୍ୟ ଅତିଥି ବିଜେତା ଦଳକୁ ଟ୍ରଫି ସହିତ ନଗଦ ୨୫ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ।
ରାମେଶ୍ୱର ସ୍ପୋର୍ଟିଂ ଜିତିଲା ଗୋପୀନାଥ ଚ୍ୟାଲେଞ୍ଜ୍ ଟ୍ରଫି
/sambad/media/post_attachments/wp-content/uploads/2018/01/jajpurtown-khela-photo-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)