ଭୁବନେଶ୍ୱର: ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ କ୍ଲବ୍ ଅନୁଗୁଳରେ ଚାଲିଥିବା ୩୨ତମ ମା ହିଙ୍ଗୁଳା ଚ୍ୟାଲେଞ୍ଜ୍ କପ୍ କ୍ରିକେଟ ପ୍ରତିଯୋଗିତାର ବିଜେତା ହୋଇଛି। ୧୦ ଓଭର ବିଶିଷ୍ଟ ଦୁଇଟି ପର୍ଯ୍ୟାୟର ଫାଇନାଲ୍ରେ ବୁଧବାର ଏହି ଦଳ କଟକର ୟୁନିୟନ୍ ସ୍ପୋର୍ଟି କ୍ଲବ୍କୁ ଯଥାକ୍ରମେ ୧୧ ଓ ୨୨ ରନ୍ରେ ପରାସ୍ତ କରି ଟ୍ରଫି କରାୟତ କରିଛି। ପ୍ରଥମ ଟେନ୍-୧୦ ମ୍ୟାଚ୍ରେ ପରେଶ ପଟେଲଙ୍କ ୧୭ ବଲ୍ରୁ ୩୨, କୁନାଲ୍ ମଲ୍ଲିକଙ୍କ ୧୫ ବଲ୍ରୁ ୨୭ ଓ ବିଶ୍ୱଜିତ୍ ଭୂୟାଁଙ୍କ ୧୨ ବଲ୍ରୁ ୨୫ ରନ୍ ସହାୟତାରେ ରାମେଶ୍ୱର ୪ ଓ୍ଵିକେଟ୍ ହରାଇ ୧୦୩ କରିଥିଲା। କଟକ ଦଳ ପକ୍ଷରୁ ରାଜିକ୍ ଅଲ୍ଲୀ ୨ ଓ୍ଵିକେଟ୍ ପାଇଥିଲେ। ଜବାବରେ କଟକ ଦଳ ୬ ଓ୍ଵିକେଟ୍ ବିନିମୟରେ ୯୨ ରନ୍ କରିପାରିଥିଲା। ମହମ୍ମଦ ଆକ୍ରମ୍ ୨୫ ବଲ୍ରୁ ୪୨ ଓ ଅନୁରାଗ କାନୋଜିଆ ୧୨ ବଲ୍ରୁ ୨୧ ରନ୍ କରିଥିଲା ବେଳେ ରାମେଶ୍ୱର ପକ୍ଷରୁ ଲାଲୁ ମହାନ୍ତି ୨ ଓ୍ଵିକେଟ୍ ନେଇଥିଲେ।
ପରେ ଦ୍ୱିତୀୟ ଟେନ୍-୧୦ ମ୍ୟାଚ୍ରେ ବିଶ୍ୱଜିତ୍ ଭୂୟାଁଙ୍କ ୧୬ ବଲ୍ରୁ ୪୩, ପ୍ରଶାନ୍ତ ଭୋଇଙ୍କ ୮ ବଲ୍ରୁ ୨୦ ଓ ଦେବାଶିଷ କରଙ୍କ ୧୪ ବଲ୍ରୁ ୩୦ ରନ୍ ବଳରେ ରାମେଶ୍ୱର ୭ ଓ୍ଵିକେଟ୍ ବିନିମୟରେ ୧୦୦ ରନ୍ କରିଥିଲା। ରାଜିକ୍ ଅଲ୍ଲୀ ୩ ଓ୍ଵିକେଟ୍ ପାଇଥିଲେ। ଜବାବରେ କଟକ ଦଳ ୭ ଓ୍ଵିକେଟ୍ ବିନିମୟରେ ୭୮ ରନ୍ କରିପାରିଥିଲା। ରାକେଶ ଶର୍ମା, ସୁବ୍ରତ ବେହେରା ଓ ଲାଲୁ ମହାନ୍ତି ୨ ଓ୍ଵିକେଟ୍ ଲେଖାଏଁ ଅକ୍ତିଆର କରି ରାମେଶ୍ୱରକୁ ବିଜୟ ଭେଟି ଦେଇଥିଲେ। ବିଜେତା ଦଳର ରାକେଶ ଶର୍ମା ଫାଇନାଲ୍ର ଶ୍ରେଷ୍ଠ, ପରେଶ ପଟେଲ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଏବଂ ଲାଲୁ ମହାନ୍ତି ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲା ବେଳେ କଟକ ଦଳର ରାଜିକ୍ ଅଲ୍ଲୀ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ। ବିଜେତା ରାମେଶ୍ୱର ସ୍ପୋର୍ଟିଂ ଟ୍ରଫି ସହ ୨୫,୦୦୦ ଟଙ୍କା ଏବଂ ଉପବିଜେତା ୟନୁୟନ୍ ସ୍ପୋର୍ଟିଂ ଟ୍ରଫି ସହ ୨୦,୦୦୦ ଟଙ୍କା ପୁରସ୍କାର ଗ୍ରହଣ କରିଥିଲା।
ରାମେଶ୍ୱର ଜିତିଲା ହିଙ୍ଗୁଳା ଚ୍ୟାଲେଞ୍ଜ୍ ଟ୍ରଫି
/sambad/media/post_attachments/wp-content/uploads/2018/01/16-Rameswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)