ବାଲେଶ୍ବର କପ୍‌ ଜିତିଲା ରାମେଶ୍ବର

ଭୁବନେଶ୍ବର: ଭୁବନେଶ୍ବରର ରାମେଶ୍ବର ସ୍ପୋର୍ଟିଂ ବାଲେଶ୍ବର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହୋଇଛି। ସମ୍ରାଟ କ୍ରିକେଟ୍‌ କ୍ଲବ୍‌ ଆନୁକୂଲ୍ୟରେ ବାଲେଶ୍ବର ପରମିଟ୍‌ ପଡ଼ିଆରେ ଆୟୋଜିତ ଫାଇନାଲ୍‌ରେ ରାମେଶ୍ବର ୪ ୱିକେଟ୍‌ରେ ସୋଲାର ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ସୋଲର ୧୯.୧ ଓଭରରେ ୯୭ ରନ୍‌ କରିଥିଲା। ପ୍ରଦୀପ୍ତ ଦାଶ ୪୫ ରନ୍‌ କରିଥିଲା ବେଳେ ରାମେଶ୍ବର ‌ପକ୍ଷରୁ ରାଜେଶ ମହାନ୍ତି ୨/୧୩, ପ୍ରକାଶ ବରିକ ୨/୧୪ ବୋଲିଂ ସଫଳତା ପାଇଥିଲେ। ଜବାବରେ ରାମେଶ୍ବର ୧୮.୨ ଓଭରରେ ୬ ୱିକେଟ୍‌ ବିନିମୟରେ ମ୍ୟାଚ୍‌ ଜିତି ନେଇଥିଲା। ବିଶ୍ବଜିତ ଭୂୟାଁ ୪୨ ଓ ରାକେଶ ଶର୍ମା ୨୨ ରନ୍‌ କରିଥିଲେ। ଆଲୋକ ସେଠୀ ୨ ୱିକେଟ୍‌ ପାଇଥିଲେ। ବିଶ୍ବଜିତ୍‌ ଭୁୟାଁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ରା‌ଜେଶ ମହାନ୍ତି ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର