ରାମେଶ୍ୱର କପ୍‌ ସେମିରେ ପାରାମାଉଣ୍ଟ୍‌

ଭୁବନେଶ୍ୱର: ପାରାମାଉଣ୍ଟ୍‌ ସ୍ପୋର୍ଟିଂ ଚଳିତ ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ପ୍ରବେଶ କରିଛି। ଗୁରୁବାର ବିଏମ୍‌ ହାଇସ୍କୁଲ୍‌ ପଡ଼ିଆରେ ଖେଳାଯାଇଥିବା ଶେଷ କ୍ୱାର୍ଟର୍‌ ଫାଇନାଲ୍‌ରେ ପାରାମାଉଣ୍ଟ୍‌ ୧୦ ଓ୍ଵିକେଟ୍‌ରେ ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମିକୁୁ ପରାସ୍ତ କରିଛି। ଟସ୍‌ ହାରିି ପ୍ରଥମେ ବ୍ୟାଟିଂ କରିଥିବା ଗ୍ରିନ୍‌ସ କ୍ରିକେଟ୍‌ ଏକାଡେମି ଅନିକେତ ତ୍ରିପାଠୀ (୪/୮) ଏବଂ ଆଶୁତୋଷ ନାୟକ (୪/୨୧)ଙ୍କ ଘାତକ ବୋଲିଂକୁ ସାମ୍‌ନା କରିନପାରି ୨୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୭୭ ରନ୍‌ କରିଥିଲା। ଜବାବରେ ପାରାମାଉଣ୍ଟ୍‌ ୧୩ ଓଭରରେ କୌଣସି ଓ୍ଵିକେଟ୍‌ ନହରାଇ ମ୍ୟାଚ୍‌ ଜିତି ନେଇଥିଲା। ସୁଦର୍ଶନ ସ୍ୱାଇଁ ୪୧ (୩୬ ବଲ୍‌) ଏବଂ ଆୟୂଷ ରାଜ ୨୯ (୪୭ ବଲ୍‌) ଅପରାଜିତ ରହି ଦଳକୁ ସହଜ ବିଜୟ ଭେଟି ଦେଇଥିଲେ। ଅନିକେତ ତ୍ରିପାଠୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଓଡ଼ିଶା ୧୬ ବର୍ଷରୁ କମ୍‌ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ସୁବ୍ରତ ବେହେରା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆଲୋକ ମଙ୍ଗରାଜ ଓ ଆଲୋକ ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। କୁନାଲ ମଲ୍ଲିକ ସ୍କୋରର୍‌ ଥିଲେ। ଶୁକ୍ରବାର ପୁଲ୍‌-ବିର ଦ୍ୱିତୀୟ ସେମିଫାଇନାଲ୍‌ କ୍ରାଉନ୍‌ ସ୍ପୋର୍ଟିଂ ଏବଂ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ମଧ୍ୟରେ ଖେଳାଯିବ।

ସମ୍ବନ୍ଧିତ ଖବର