ଲାହୋର: ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଯେ କୌଣସି କ୍ରିକେଟ୍ ମ୍ୟାଚ୍ କୌଣସି ଯୁଦ୍ଧଠାରୁ କମ୍ ଚର୍ଚ୍ଚାରେ ନଥାଏ। ତଥାପି ଭାରତ ଓ ପାକିସ୍ତାନ ଖେଳାଳି ପରସ୍ପରକୁ ମନ ଭିତରେ ସମ୍ମାନ କରନ୍ତି। ଏପରିକି ପାକିସ୍ତାନ ଦଳର କିଛି କୌଶଳକୁ ଅପଣାଇ ଭାରତ ଆଜି ଏକ ବିଶ୍ବସ୍ତରୀୟ ଦଳ ହୋଇପାରିଛି। ଏଭଳି ଦାବି କରିଛନ୍ତି ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ ଅଧିନାୟକ ରମିଜ ରାଜା। ଏପରିକି ଭାରତୀୟ ଦଳର ଏବେକାର ପ୍ରଶିକ୍ଷକ ରବି ଶାସ୍ତ୍ରୀ ପାକିସ୍ତାନ ଦଳକୁ ବହୁତ ପସନ୍ଦ କରନ୍ତି ବୋଲି ରମିଜ କହିଛନ୍ତି। ଏକ ଟେଲିଭିଜନ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ମତ ରଖିଛନ୍ତି ଯେ ଭାରତୀୟ ଦଳ ପାକିସ୍ତାନର ସମସ୍ତ ଭଲ କୌଶଳକୁ କାମରେ ଲଗାଇ ଆଜି ଏହି ସ୍ଥିତିରେ ପହଞ୍ଚିଛି। ଏହା ମଧ୍ୟ ହେବାର ଥିଲା। କାରଣ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସବୁବେଳେ ପାକିସ୍ତାନ କ୍ରିକେଟ୍ ଦଳର ରଣନୀତିକୁ ପସନ୍ଦ କରୁଥିଲେ। ଏକଦା ଆମ ଦଳରେ ଅନେକ ପରିଶ୍ରମୀ ଏବଂ ଦୃଢ଼ ଏକାଗ୍ରତା ସଂପନ୍ନ ଖେଳାଳି ଥିଲେ। ଆମ ଦଳରେ ଶତପ୍ରତିଶତ ପ୍ରତିଭା ସଂପନ୍ନ ଖେଳାଳି ହୁଏତ ନଥିଲେ, ହେଲେ ଆମେ କେବେ ବି ସହଜରେ ହାର ମାନୁନଥିଲୁ। ଠିକ୍ ସେହିଭଳି ଭାରତ ନିଜ ରଣନୀତି ବଦଳାଇ କଠିନ ପରିଶ୍ରମ ଏବଂ କେବେ ବି ହାର ନମାନିବାର ଭାବନା ଉପରେ ଜୋର ଦେଇ ସଫଳ ହୋଇ ଚାଲିଛି।
ରମିଜଙ୍କ ବଡ଼ ଦାବି, ପାକିସ୍ତାନ ଦଳକୁ ଶାସ୍ତ୍ରୀ ପସନ୍ଦ କରନ୍ତି
/sambad/media/post_attachments/wp-content/uploads/2020/05/ravi-shastri.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)