ନୂଆଦିଲ୍ଲୀ: ଭାରତୀୟ ଟେନିସ୍ ତାରକା ରାମକୁମାର ରାମନାଥନ ସୋମବାର ଘୋଷିତ ବିଶ୍ୱ ପୁରୁଷ ଏକକ ଟେନିସ୍ ମାନ୍ୟତାରେ ୭ ସ୍ଥାନ ଉପରକୁ ଉଠି ୧୩୩ରେ ପହଞ୍ଚିଛନ୍ତି। ଏହା ତାଙ୍କ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା। ସେହିଭଳି ଶୀର୍ଷ ମାନ୍ୟତା ପ୍ରାପ୍ତ ଭାରତୀୟ ଖେଳାଳି ୟୁକି ଭାମ୍ବ୍ରି ୪ ସ୍ଥାନ ତଳକୁ ଖସି ୧୦୫ରେ ରହିଛନ୍ତି। ୨୩ ବର୍ଷୀୟ ରାମକୁମାର ଡେଲ୍ରେ ବିଚ୍ ଓପନ୍ର ପ୍ରଥମ ପର୍ଯ୍ୟୟରୁ ବିଦାୟ ନେଇଥିଲେ ମଧ୍ୟ ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚି ୧୨ ପଏଣ୍ଟ୍ ହାସଲ କରି ନେଇଥିଲେ। ଏହା ତାଙ୍କ ମାନ୍ୟତା ଉନ୍ନତିରେ ସହାୟକ ହୋଇଥିଲା। ଅନ୍ୟପକ୍ଷରେ ୟୁକି ଗତ ରବିବାର ଦୁବାଇ ଡ୍ୟୁଟି ଫ୍ରି ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ସୁମିତ ନାଗାଲ ମଧ୍ୟ ଦୁବାଇ ଓପନ୍କୁ ଯୋଗ୍ୟତା ଅର୍ଜନ କରି ନପାରି ୪ ସ୍ଥାନ ତଳକୁ ଖସି ୨୨୦ରେ ପହଞ୍ଚିଥିଲେ। ତାଲିକାରେ ଅନ୍ୟତମ ଭାରତୀୟ ପ୍ରଗ୍ନେଶ ଗୁଣେସ୍ୱରେନ ୨୩୨ ତମ ସ୍ଥାନରେ ରହିଛନ୍ତି। ପୁରୁଷ ଯୁଗଳରେ ରେହନ ବୋପାନ୍ନା ବିଂଶ, ଲିଆଣ୍ଡର ପେସ୍ ୫୨ ଏବଂ ଦିବିଜ ସରଣ ୫୪ତମ ସ୍ଥାନରେ ରହିଛନ୍ତି। ମହିଳା ଏକକରେ ଅଙ୍କିତ ରାଇନା ୨୫୦, କର୍ମାନ୍ କୌର ଥାଣ୍ଡି ୨୮୧ତମ ସ୍ଥାନରେ ରହିଛନ୍ତି। ମହିଳା ଯୁଗଳରେ ସାନିଆ ମିର୍ଜା ୧୩ତମ ସ୍ଥାନରେ ରହିଛନ୍ତି।
ରାମକୁମାର ଉଠିଲେ, ୟୁକି ଖସିଲେ
/sambad/media/post_attachments/wp-content/uploads/2018/02/7-Ramkumar-Ramanathan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)