ସ୍ମିତାରାଣୀ ମୃତ୍ୟୁ ସହ ଜଡିତ ଗେଷ୍ଟ ହାଉସ ଭାଙ୍ଗିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ସରକାରୀ ଜମିରେ ଗଢା ହୋଇଥିଲା ‘ରଙ୍ଗଶାଳା’

ଯାଜପୁର: ଲକ୍ଷାଧିକ ଟଙ୍କାରେ ନିର୍ମିତ ହୋଇଥିବା ‘ରଙ୍ଗଶାଳା’ ଭଙ୍ଗା ହେବ। ରୂପେସ ଭଦ୍ରଙ୍କ ଗେଷ୍ଟ ହାଉସ ଉପରେ ଚିବ ବୁଲଡୋଜର ଚାଲିବ। ଯାଜପୁର ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାର ମୁକସାଖି ଥିବା ଅଭିଯୁକ୍ତ ରୂପେସ୍‌ ଭଦ୍ରଙ୍କ ଗେଷ୍ଟହାଉସ୍‌ ସରକାରୀ ଜମିରେ ଅବସ୍ଥିତ ଥିବା ପ୍ରମାଣ ମିଳିଛିା

ଜିଲ୍ଲାପାଳ ରଞ୍ଜନ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଘଟଣାର ତଦନ୍ତ କରିଛନ୍ତି। ତଦନ୍ତ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ, ଏହି ଗେଷ୍ଟ ହାଉସଟି ସରକାରୀ ଜମିରେ ନିର୍ମାଣ କରାଯାଇଛି। ତେଣୁ ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଦିନ ପୂର୍ବରୁ କଂଗ୍ରେସ ଜିଲା ସଭାପତି ମନୋଜ ରାଉତ ଅଭିଯୋଗ କରିଥିଲେ କିଭଳି ଏହି ଗେଷ୍ଟ ହାଉସ ସରକାରୀ ଜମିରେ ନିର୍ମାଣ କରାଯାଇଛି ଓ ଏହା ପଛରେ କାହା ହାତ ଅଛି।

ଗତକାଲି ଏହାକୁ ନେଇ କଂଗ୍ରେସ ପକ୍ଷରୁ ଏସପି ଅଫିସ ମଧ୍ୟ ଘେରାଉ କରାଯାଇଥିଲା। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା । ଧର୍ମଶାଳା ତହସିଲ ପ୍ରଶାସନ ଏ ନେଇ ଏକ ରିପୋର୍ଟ ଜିଲାପାଳଙ୍କୁ ପ୍ରଦାନ କରିବା ପରେ ଏହକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର