ରଞ୍ଜନ, ଚନ୍ଦନ ଓ ସୁନିଲଙ୍କ ସଫଳ ଆଇଲିଗ୍‌ ଅଭିଯାନ

ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ୮-୦ରେ ବିଜୟୀ

ଭୁବନେଶ୍ୱର: ବୁଧବାର ଓଡ଼ିଶା ଫୁଟ୍‌ବଲ୍‌ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିହୋଇଯାଇ। ଶ୍ରୀନିବାସ ମିଶ୍ରଙ୍କ ପ୍ରୟାସରେ ଗଢ଼ି ଉଠିଥିବା କଳିଙ୍ଗ ଫୁଟ୍‌ବଲ୍‌ ଏକାଡେମିର ତିନି ଖେଳାଳି ରଞ୍ଜନ ସୋରେନ୍‌, ଚନ୍ଦନ ନାୟକ ଓ ସୁନିଲ ସୋରେନ୍‌ ଆଇଲିଗ୍‌ ଅଭିଯାନ ଆରମ୍ଭ କଲେ। ବୁଧବାର ତିନି ଓଡ଼ିଆ ଖେଳାଳି ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ ପକ୍ଷରୁ ପ୍ରଥମ ଥର ଲାଗି ଆଇଲିଗ୍‌ ମ୍ୟାଚ୍‌ ଖେଳିଲେ। ପୁଣି ଅଭିଯାନ ଆରମ୍ଭରୁ ବୃହତ୍‌ ବିଜୟ ପାଇଁ ସ୍ମରଣୀୟ କରିଛନ୍ତି।

ଆଦିବାସୀ ବାଳକ ରଞ୍ଜନ ସୋରେନ୍‌ଙ୍କ ନେତୃତ୍ୱରେ ବୁଧବାର ବାଇଚୁଙ୍ଗ୍‌ ଭୂତିଆ ସ୍କୁଲ୍‌ ଆଇଲିଗ୍‌ର ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀର ଫାନ୍‌ସିଏଡ୍‌ ହିନ୍ଦୁସ୍ତାନ ଫୁଟ୍‌ବଲ୍‌ କ୍ଲବ୍‌କୁ ଭେଟିଥିଲା। ଏଥିରେ ଭୂତିଆ ସ୍କୁଲ୍‌ ୮-୦ ଗୋଲ୍‌ରେ ଦିଲ୍ଲୀ ଦଳକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଅଗ୍ରଭାଗ ଖେଳାଳି ଚନ୍ଦନ ଓ ମଧ୍ୟଭାଗ ଖେଳାଳି ସୁନିଲଙ୍କ ସାଙ୍ଗକୁ ରାହୁଲ୍‌ ୨ ଲେଖାଏଁ ଗୋଲ୍‌ କରିଥିଲା ବେଳେ ଅବଶିଷ୍ଟ ୨ଟି ଗୋଲ୍‌ ସୁବି ଓ ଆଶିଷ ଦେଇଥିଲେ। ଅଧିନାୟକ ରଞ୍ଜନ ରକ୍ଷଣଭାଗ ସମ୍ଭାଳିଥିଲେ। ଗତ ୪ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବାର ସୂଚୀ ସ୍ଥିର ହୋଇଥିଲା ବେଳେ ଅତ୍ୟଧିକ କୁହୁଡ଼ି ଓ ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଚଳିତ ଆଇଲିଗ୍‌ରେ ବାଇଚୁଙ୍ଗ୍‌ ଭୂତିଆ ଫୁଟ୍‌ବଲ୍‌ ସ୍କୁଲ୍‌ ନିଜ ଗ୍ରୁପ୍‌ରେ ଦିଲ୍ଲୀ ୟୁନାଇାଟଡ୍‌, ଦିଲ୍ଲୀ ଡାଇନାମସ୍‌, କନ୍‌ସେଣ୍ଟ୍‌ ଏବଂ ସହଦେବା ଫୁଟ୍‌ବଲ୍‌ କ୍ଲବ୍‌ ସହ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧିତ ଖବର