ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ କ୍ରୀଡ଼ା ଭିତ୍ତିକ େଓ୍ଵବ୍ସାଇଟ୍ ସ୍ପୋର୍ଟସ ଲଗ୍ଅନ୍ର ସପ୍ତମ ବାର୍ଷିକ କ୍ରୀଡ଼ା ପୁରସ୍କାର ଉତ୍ସବ ରବିବାର ସମ୍ପନ୍ନ ହୋଇଛି। ଶ୍ରେଷ୍ଠ କ୍ରୀଡ଼ାବିତ୍ ବିବେଚିତ ସୁନୀତା ଲାକ୍ରା ଭାରତୀୟ ବିଶ୍ୱକପ୍ ହକି ଦଳ ସହ ଲଣ୍ଡନ୍ ଗସ୍ତ କରିଥିବାରୁ ଅନୁପସ୍ଥିତ ରହିଥିଲେ। ସୁନୀତାଙ୍କ ପକ୍ଷରୁ ତାଙ୍କ ଭାଇ ସୁଜିତ ଲାକ୍ରା ଏହି ପୁରସ୍କାର ଗ୍ରହଣ କରିଥିଲେ। କିନ୍ତୁ ଉଦୀୟମାନ ଅନ୍ତର୍ଜାତୀୟ ପାରା ଆଥ୍ଲେଟ୍ ଜୟନ୍ତୀ ବେହେରା, ଜୁଡ଼ୋ ପ୍ରଶିକ୍ଷକ କୃଷ୍ଣକାନ୍ତ ପଣ୍ଡା ଏବଂ ଜୁଡ଼ୋକା ମଞ୍ଜୁଲତା ଦାସ ମୁଖ୍ୟ ଆକର୍ଷଣ ସାଜିଥିଲେ। ଜୟନ୍ତୀଙ୍କୁ ବର୍ଷର ଶ୍ରେଷ୍ଠ ଯୁବ ଖେଳାଳି, କୃଷ୍ଣକାନ୍ତଙ୍କୁ ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ମଞ୍ଜୁଲତାଙ୍କୁ ବିଗତ ଦିନର ସଫଳ କ୍ରୀଡ଼ାବିତ୍ ଭାବେ ସମ୍ମାନିତ କରାଯାଇଥିଲା। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଲ କୁମାର ଦେବ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଚଳିତବର୍ଷ ନଭେମ୍ବର-ଡିସେମ୍ବରରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଓଡ଼ିଶା ହକି ବିଶ୍ୱକପ୍ରେ ପ୍ରଥମ ଥର ପାଇଁ ଉଦ୍ଘାଟନୀ ଉତ୍ସବ ଯୋଡ଼ାଯିବା ସହିତ ରାଉରକେଲା ଓ ଭୁବନେଶ୍ୱରରେ କିଛି ପ୍ରଦର୍ଶନୀ ମ୍ୟାଚ୍ର ଯୋଜନା କରାଯାଉଛି ବୋଲି ଶ୍ରୀ ଦେବ ପ୍ରକାଶ କରିଥିଲେ। ବିଶ୍ୱକପ୍ ଅବସରରେ କ୍ରୀଡ଼ା ପ୍ରଶଂସକଙ୍କ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟକୁ ପ୍ରଚାର ଓ ପ୍ରସାର କରାଯିବ ବୋଲି ମଧ୍ୟ ଶ୍ରୀ ଦେବ କହିଥିଲେ। ଏହି ଅବସରରେ ଦୁଇ କନିଷ୍ଠ ଫୁଟ୍ବଲ୍ ପ୍ରତିଭା ରଂଜନ ସୋରେନ ଏବଂ ସୁନୀଲ ସୋରେନଙ୍କୁ କୁମୁଦିନି ମିଶ୍ର କ୍ରୀଡ଼ା ପ୍ରତିଭା ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ସ୍ପୋର୍ଟସଲଗ୍ଅନ୍ ସମ୍ପାଦକ ତନ୍ମୟ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଇଂ ସୁବ୍ରତ ଦାସ, ଆୟୋଜକ ଗୁଡ୍ ସାମାରିଟାନ୍ ଟ୍ରଷ୍ଟ୍ ସଦସ୍ୟ ନନ୍ଦକିଶୋର ପଟ୍ଟନାୟକ, ବିଏଏ ଯୁଗ୍ମ ସମ୍ପାଦକ ନବରଞ୍ଜନ ପଟ୍ଟନାୟକ ଏବଂ କୁମୁଦିନି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ପୁରସ୍କାର ପାଇବା ପରେ ଜୁଡୋକା ମଞ୍ଜୁଲତା କହିଥିଲେ ମୁଁ ବହୁତ ଖୁସି, ହତାଶ ହୋଇପଡ଼ିଥିଲି। ସ୍ପୋର୍ଟ୍ସ ଲଗଅନ୍, ସଂହିତା ଦାସ ଓ ସୁଷମା ନନ୍ଦଙ୍କୁ ମୁଁ ସବୁ ଶ୍ରେୟ ଦେବି। ଏହି ପୁରସ୍କାର ମୋତେ ନୂଆ ଜୀବନ ଦେଇଛି।
ଜୟନ୍ତୀ, କୃଷ୍ଣକାନ୍ତ, ମଞ୍ଜୁଲତାଙ୍କୁ ସ୍ପୋର୍ଟସଲଗ୍ଅନ୍ ସମ୍ମାନ
ରଂଜନ ଓ ସୁନୀଲ ପାଇଲେ କୁମୁଦିନୀ କ୍ରୀଡ଼ା ପୁରସ୍କାର
/sambad/media/post_attachments/wp-content/uploads/2018/07/Sports-logon-award-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)