ନାଗପୁର: ବିଦର୍ଭ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜିଠୁ ଆରମ୍ଭ ହୋଇଛି ରଣଜୀ ଟ୍ରଫି ଫାଇନାଲ୍। ଏଥିରେ ଗତଥର ବିଜେତା ବିଦର୍ଭ ଓ ସୌରାଷ୍ଟ୍ର ଟ୍ରଫି ପାଇଁ ଲଢ଼େଇ କରୁଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ବିଦର୍ଭ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ସୌରାଷ୍ଟ୍ର ବୋଲରଙ୍କ ମିଳିତ ଆକ୍ରମଣ ନିକଟରେ ହାର୍ ମାନିଛନ୍ତି ବିଦର୍ଭ ବ୍ୟାଟ୍ମସ୍ୟାନ୍। ପ୍ରଥମ ଦିନ ପୂରା ୯୦ ଓଭର ଖେଳିଥିଲେ ମଧ୍ୟ ୨୦୦ ରନ୍ରେ ୭ ୱିକେଟ୍ ହରାଇସାରିଛି। ହେଲେ କେହି ଜଣେ ବି ବ୍ୟାଟ୍ସମ୍ୟାନ୍ ଅର୍ଧଶତକ ହାସଲ କରିପାରିନାହାନ୍ତି। ସୌରାଷ୍ଟ୍ର ବୋଲିଂ ଆକ୍ରମଣରେ ନିୟୋଜିତ ୫ ଜଣଯାକ ବୋଲର ୱିକେଟ୍ ଦଖଲ କରିଛନ୍ତି। ଅଧିନାୟକ ଜୟଦେବ ଉନାଦ୍କଟ୍ ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଆର୍ ସଞ୍ଜୟ(୨) ଓ ୱାସିମ୍ ଜାଫର (୨୩)ଙ୍କ ୱିକେଟ୍ ଅକ୍ତିଆର କରିଥିଲା ବେଳେ ଚେତନ ସାକାରିୟା, ପ୍ରେରକ ମଙ୍କଡ, ଧର୍ମେନ୍ଦ୍ରସିଂହ ଜାଦେଜା ଓ କମଳେଶ ମକ୍ୱାନା ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ। ବିଦର୍ଭ ପକ୍ଷରୁ ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଫୈଜ ଫଜଲ୍ ୧୬, ମୋହିତ କାଲେ ୩୫, ଗଣେଶ ସତୀଶ ୩୨, ଅକ୍ଷୟ ୱାଦେକର ୪୫ ଓ ଅକ୍ଷୟ କର୍ନେୱାର ଅପରାଜିତ ୩୨ ରନ୍ କରିବାରୁ ଦଳ ୨୦୦ ଛୁଇଁପାରିଛି। କାଲେ ଓ ସତୀଶ ଚତୁର୍ଥ ୱିକେଟ୍ରେ ୪୬ ଏବଂ ୱାଦେକର ଓ କର୍ନେୱାର ସପ୍ତମ ୱିକେଟ୍ରେ ୫୭ ରନ୍ ଯୋଡ଼ି ଦଳର ସ୍ଥିତି କିଛିମାତ୍ରାରେ ସୁଧାରି ନେଇଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଅକ୍ଷୟ କର୍ନେୱାର (୩୨)ଙ୍କ ସାଙ୍ଗକୁ ଅକ୍ଷୟ ୱାଖେରେ (୦) କ୍ରିଜ୍ରେ ରହିଛନ୍ତି।
ରଣଜୀ ଫାଇନାଲ୍: ବିଦର୍ଭ ୨୦୦/୭
/sambad/media/post_attachments/wp-content/uploads/2019/01/ranji-trophy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)