କଟକ: ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ରବିବାରଠୁ ଓଡ଼ିଶା ଓ ଜମ୍ମୁ କାଶ୍ମୀର ମଧ୍ୟରେ ରଣଜୀ ଟ୍ରଫିର ଷଷ୍ଠ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବ। ବର୍ତ୍ତମାନ ସୁଦ୍ଧା ଦୁଇ ଦଳ ପାଖାପାଖି ସମାନ ସ୍ଥିତିରେ ଗତି କରୁଛନ୍ତି। ଓଡ଼ିଶା ୫ ମ୍ୟାଚ୍ରୁ ୪ ବିଜୟ ଓ ୧ ଅମୀମା˚ସିତ ସହ ମୋଟ ୨୮ ପଏଣ୍ଟ ପାଇ ଗ୍ରୁପ୍ ତାଲିକା ଶୀର୍ଷରେ ରହିଥିଲା ବେଳେ ଜମ୍ମୁ କାଶ୍ମୀର ମଧ୍ୟ ସମାନ ପରିସ˚ଖ୍ୟନ ସହ ୨୬ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛି। କେବଳ ବୋନସ ପଏଣ୍ଟ ଓଡ଼ିଶାକୁ ଆଗରେ ରଖିଛି। ପ୍ରଥମରୁ ୪ ସହଜସାଧ୍ୟ ଦଳଙ୍କ ବିପକ୍ଷରେ ଓଡ଼ିଶା ପୂର୍ଣ୍ଣ ପଏଣ୍ଟ ପାଇବାରୁ ଶୀର୍ଷରେ ରହିଆସୁଥିଲା ବେଳେ ହରିଆଣା ବିପକ୍ଷରୁ ଅସଲ ଲଢେଇ ଆରମ୍ଭ ହୋଇଥିଲା। ତେବେ ଲଢେଇ କରି ଓଡ଼ିଶା ହରିଆଣାକୁ ମାତ୍ ଦେବାରେ ସଫଳ ହୋଇଥିଲା। ଏବେ ଜମ୍ମୁ କାଶ୍ମୀର ବିପକ୍ଷରେ ଆଉ ଏକ ଆହ୍ବାନ ଅପେକ୍ଷା କରିଛି। ଯଦିଓ ବିଗତ ମ୍ୟାଚ୍କୁ ଆକଳନ କଲେ ଓଡ଼ିଶା ଶକ୍ତିଶାଳୀ ମନେ ହେଉଛି, କିନ୍ତୁ ଗତବର୍ଷଠୁ ଜମ୍ମୁ କାଶ୍ମୀର ମଝବୁତ ଦଳ ଭାବେ ଉଭା ହେଲାଣି। ତେଣୁ ଏହାକୁ ହାଲ୍କା ଭାବେ ନେବନି ଓଡ଼ିଶା।
କ୍ବାର୍ଟର ଫାଇନାଲ୍ ଦୌଡ଼ରେ ଜମ୍ମୁ କାଶ୍ମୀର ଏକ ମଝବୁତ ବିରୋଧୀ ଭାବେ ଓଡ଼ିଶା ଆଗରେ ଛିଡ଼ାହୋଇଛି। ତାରକା ଖଚିତ ଝାଡ଼ଖଣ୍ତ ବିପକ୍ଷରେ ପାଳି ବିଜୟ ପାଇବା ପରେ ଦଳର ମନୋବଳ ବଢିଥିଲା। ଏଥିସହିତ ସର୍ଭିସେସ୍ ବିପକ୍ଷ ମ୍ୟାଚ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ପରଭେଜ ରସୁଲ ୧୮୨ ଓ ୪୫ ରନ୍ର ପାଳି ଖେଳି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତେଣୁ ତାଙ୍କୁ ରୋକିବା ଓଡ଼ିଶା ବୋଲରଙ୍କ ପାଇଁ ଆଉ ଏକ ଆହ୍ବାନ ହୋଇପାରେ। ତାଙ୍କ ବ୍ୟତୀତ ୧୮ ବର୍ଷିୟ ଅବଦୁଲ ସମଦ (୩୭୯), ଶ୍ରେୟା˚ଶ ରାଇନା (୨୮୨), ଶୁଭମ ଖଜୁରିଆ (୨୭୫), ଶୁଭମ ପୁନ୍ଦିର (୨୧୭) ଦଳ ପାଇଁ ନିୟମିତ ରନ୍ ସ˚ଗ୍ରହ କରୁଛନ୍ତି। ମହମ୍ମଦ ମୁଦାସିର (୨୫), ଉମର ନାଜିର (୨୦) ପ୍ରାରମ୍ଭିକ ସଫଳତା ଦେଉଥିବା ବେଳେ ବାମହାତୀ ଦ୍ରୁତ ବୋଲର ଆବିଦ ମୁସ୍ତାକ (୧୩ ୱିକେଟ୍) ଓଡ଼ିଶା ବ୍ୟାଟ୍ସମ୍ୟାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। ଓଡ଼ିଶା ବ୍ୟାଟ୍ସମ୍ୟାନ୍ଙ୍କ ପାଖରେ ବାମହାତୀ ଦ୍ରୁତ ବୋଲରଙ୍କୁ ଖେଳିବାର ଦୁର୍ବଳତା ରହିଛି। ଯାହାକି ଘରୋଇ ବ୍ୟାଟ୍ସମ୍ୟାନଙ୍କ ଆଗରେ ଆଉ ଏକ ଆହ୍ବାନ ହୋଇପାରେ।
ଅନ୍ୟପକ୍ଷରେ ଗତ ୫ ମ୍ୟାଚ୍ ମଧ୍ୟରେ ଯଦିଓ ଓଡ଼ିଶା ଦଳଗତ ଭାବେ ଭଲ ପ୍ରଦର୍ଶନ କରିଛି, କିନ୍ତୁ ବ୍ୟାଟି˚ ଏବେ ମଧ୍ୟ ଚିନ୍ତାଜନକ ରହିଛି। ବିପ୍ଲବ ସାମନ୍ତରାୟ (୨୫୦)ଙ୍କୁ ଛାଡ଼ିଦେଲେ କୌଣସି ଖେଳାଳି ସ୍ଥିର ପ୍ରଦର୍ଶନ ଦେଇପାରୁନାହାନ୍ତି। ଦେବାଶିଷ ସାମନ୍ତରାୟ (୨୨୪), ଶାନ୍ତନୁ ମିଶ୍ର (୨୨୮) ଅବଶ୍ୟ ଶତକୀୟ ପାଳି ଖେଳିଛନ୍ତି। ତଥାପି ପ୍ରତ୍ୟେକ ମ୍ୟାଚ୍ରେ ସେଭଳି ହାରରେ ରନ୍ ବାହାର କରିବାରେ ସେମାନେ ଅସମର୍ଥ ହେଉଛନ୍ତି। ଗୋବିନ୍ଦ ପୋଦ୍ଦାରଙ୍କ ବ୍ୟାଟ୍ରୁ ଏପର୍ଯ୍ୟନ୍ତ କୌଣସି ବଡ଼ ସ୍କୋର୍ ଦେଖିବାକୁ ମିଳିନି। ମଧ୍ୟକ୍ରମରେ ସୁଜିତ ଲେଙ୍କା ନିର୍ଭରଯୋଗ୍ୟ ଭାବେ ନିଜକୁ ପ୍ରମାଣିତ କରିଛନ୍ତି। ହେଲେ ସବୁବେଳେ ବୋଲରମାନେ ଦଳକୁ ଜିତାଉଥିବା କହିବା ଅତ୍ୟୁକ୍ତି ହେବନି। ବସନ୍ତ ମହାନ୍ତି, ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ମଧ୍ୟରେ ସର୍ବାଧିକ ଵିକେଟ୍ ନେବା ପ୍ରତିଦ୍ବନ୍ଦ୍ବିତା ହେଉଛି। ବର୍ତ୍ତମାନ ସୁଦ୍ଧା ୫ ମ୍ୟାଚ୍ରୁ ରାଜେଶ ୨୪ ଵିକେଟ ନେଇ ଆଗରେ ଥିବାବେଳେ ତାଙ୍କ ପଛକୁ ସୂର୍ଯ୍ୟକାନ୍ତ (୨୩) ଓ ବସନ୍ତ (୨୨) ରହିଛନ୍ତି। ସବୁବେଳେ ଦ୍ରୁତ ବୋଲରଙ୍କ ସପକ୍ଷରେ ପିଚ୍ ଯାଉଥିବାରୁ ଅଭିଷେକ ରାଉତ ଓ ପପୁ ରାଏଙ୍କୁ ଅଧିକ ସୁଯୋଗ ମିଳିପାରୁନି। ତେଣୁ ଏବେ ବଳକା ମ୍ୟାଚ୍ଗୁଡ଼ିକରେ ଓଡ଼ିଶାକୁ ବିଜୟ ଧାରାରେ ରହିବାକୁ ହେଲେ ଦଳଗତ ପ୍ରଦର୍ଶନ ଜାରି ରଖିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sddf56h4sf98h798sfh465sfh45f6s4h5s6f74h68fs4h65b4xcvbsrttttttttttttttttf.jpg)