ବେଙ୍ଗାଲୁରୁ : ଉତ୍ତରପ୍ରଦେଶ, ମୁମ୍ବାଇ ଓ ମଧ୍ୟପ୍ରଦେଶ ପରେ ବେଙ୍ଗଲ ଚତୁର୍ଥ ଦଳ ଭାବେ ରଣଜୀ ଟ୍ରଫି ସେମିଫାଇନାଲ୍ରେ ପ୍ରବେଶ କରିଛି। ଉତ୍ତରପ୍ରଦେଶ, ମୁମ୍ବାଇ ଓ ମଧ୍ୟପ୍ରଦେଶ ନିଜ ନିଜ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଜିତିଥିଲା ବେଳେ ବେଙ୍ଗଲ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଏହି ସ୍ଥାନ ପକ୍କା କରିଛି। ଏଠାରେ ଖେଳାଯାଇଥିବା ବେଙ୍ଗଲ ଓ ଝାଡ଼ଖଣ୍ଡ ପ୍ରଥମ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ପଞ୍ଚମ ତଥା ଅନ୍ତିମ ଦିବସରେ ଅମୀମାଂସିତ ଭାବେ ଶେଷ ହୋଇଥିଲା। ବେଙ୍ଗଲ ପ୍ରଥମ ପାଳିରେ ୭୭୩ ରନ୍ କରିଥିଲା ବେଳେ ଝାଡ଼ଖଣ୍ଡ ୨୯୮ ରନ୍ରେ କରି ଫଲୋଅନ୍ ହୋଇଥିଲା। ହେଲେ ୪୭୫ ରନ୍ର ଅଗ୍ରଣୀ ସତ୍ତ୍ବେ ବେଙ୍ଗଲ ଫଲୋଅନ୍ ନ ଡାକି ବ୍ୟାଟିଂ ଅଭ୍ୟାସ ଲାଗି ଦ୍ବିତୀୟ ପାଳି ଖେଳିଥିଲା। ଦ୍ବିତୀୟ ପାଳିରେ ବେଙ୍ଗଲ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ମନୋଜ ତିୱାରୀ (୧୩୬ ରନ୍) ଶତକ ଜମାଇଥିଲେ। ଏହି ପୂର୍ବତନ ଅଧିନାୟକଙ୍କ ଶତକ ସହାୟତାରେ ବେଙ୍ଗଳ ଦ୍ବିତୀୟ ପାଳିରେ ୭ ୱିକେଟ୍ ହରାଇ ୩୧୮ ରନ୍ କରିଥିଲା। ପ୍ରଥମ ପାଳିରେ ତିୱାରୀ ୭୩ ରନ୍ କରିଥିଲେ। ଝାଡ଼ଖଣ୍ଡର ଶାହବାଜ ନଦୀମ ଦ୍ବିତୀୟ ପାଳିରେ ୫ ୱିକେଟ୍ ସଫଳତା ପାଇଥିଲେ। ପ୍ରଥମ ପାଳିରେ ୧୮୬ ରନ୍ କରିଥିବା ସୁଦୀପ ଘରାମି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ରଣଜୀ କ୍ବାର୍ଟର ଫାଇନାଲ୍: ବେଙ୍ଗଲ କ୍ରୀଡ଼ାମନ୍ତ୍ରୀଙ୍କ ଶତକ; ମ୍ୟାଚ୍ ଅମୀମାଂସିତ
/sambad/media/post_attachments/wp-content/uploads/2022/06/manoj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)