ଓଡ଼ିଶା ଦଳରେ ସୁଯୋଗ ପାଇବା ସହଜ ହୋଇପାରେ କିନ୍ତୁ ପ୍ରଦର୍ଶନ ଜରିଆରେ ତିଷ୍ଠି ରହିବା କଷ୍ଟକର କାମ। କିନ୍ତୁ ଦଳକୁ ପ୍ରତ୍ୟାବର୍ତନ କରି ପ୍ରଦର୍ଶନ କରିବା ନିଶ୍ଚିତ ଅଧିକ କଷ୍ଟକର। ମୁଁ ଏଭଳି ପରିସ୍ଥିତିରେ ହିଁ ଭଲ ପ୍ରଦର୍ଶନ କରିଥିଲି ବୋଲି କହିଥିଲେ ରାଜେଶ ଧୂପର। ଗତ ଋତୁରେ ତାମିଲନାଡୁ ବିପକ୍ଷ ୫୩୧ ରନ୍ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରାଇବା ସହିତ ଓଡ଼ିଶାକୁ ଐତିହାସିକ ପାଳି ଅଗ୍ରଣୀ ବିଜୟ ଦେଇଥିବା ରାଜେଶ ଏହାକୁ ଖେଳ ଜୀବନର ସ୍ମରଣୀୟ ମୁହୂର୍ତ ବୋଲି ଦର୍ଶାଇଥିଲେ। ସେହି ମ୍ୟାଚ୍ରେ ରାଜେଶଙ୍କ ପ୍ରତ୍ୟାବର୍ତନ ପାଳିର ୯୭ ରନ୍ ଓଡ଼ିଶା ଇତିହାସରେ ଏକ ନୂଆ ଅଧ୍ୟାୟ ସଂଯୋଗ କରିଥିଲା। ‘‘ରଣଜୀ ଋତୁ ପୂର୍ବରୁ ମୁଁ ରନ୍ ପାଇଁ ଭୋକିଲା ଥିଲି। ପୂର୍ବ ଋତୁରେ ଭିନ୍ନ କାରଣ ପାଇଁ ନିଲମ୍ବିତ ଥିଲି। ୨୦୧୭-୧୮ ଋତୁ ପ୍ରାରମ୍ଭରୁ ମୋତେ ବି ସୁଯୋଗ ମିଳିନଥିଲା। ୨୩ ବର୍ଷରୁ କମ୍ ଦଳରେ ଭଲ କରିବା ପରେ ଡାକରା ପାଇଥିଲି। ସବୁ ପ୍ରତିକୂଳ ପରିସ୍ଥିତିକୁ କିନ୍ତୁ ମୁଁ ମନରୁ ହଟାଇ ତାମିଲନାଡୁ ବିପକ୍ଷରେ ବ୍ୟାଟିଂ କରିଥିଲି। ନିଜ ଭିତରେ ବିଶ୍ୱାସ ଥିଲା। ପ୍ରଶିକ୍ଷକ ଶିବସୁନ୍ଦର ଦାସ ବି ‘ତୁ କରି ପାରିବୁ’ର ଆସ୍ଥା ରଖିଥିଲେ। ଶାନ୍ତନୁ ମିଶ୍ର ଏବଂ ବିପ୍ଲବ ସାମନ୍ତରାୟଙ୍କ ପରେ ନିମ୍ନକ୍ରମରେ ଆଲୋକ ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନଙ୍କଠାରୁ ଭଲ ସମର୍ଥନ ମିଳିବାରୁ ଆମେ ୯ ଓ୍ଵିକେଟ୍ ହରାଇବା ସତ୍ତ୍ୱେ ୫୩୩ ରନ୍ କରି ଐତିହାସିକ ମୁହୂର୍ତକୁ ସାଇତିଥିଲୁ ବୋଲି ରବିବାର ‘ସମ୍ବାଦ’ ସହ କଥା ହେବାବେଳେ କହିଥିଲେ ରାଜେଶ। ଏବେ ଏହି ପୁରସ୍କାର ମୋ ଖେଳ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ଏହା ଏକ ବଡ଼ ପୁରସ୍କାର, ଆଗକୁ ଭଲ ଖେଳିବାକୁ ଏହା ମୋତେ ଉତ୍ସାହିତ କରିବ। ସବୁ ମ୍ୟାଚ୍ରେ ଭଲ କରିବା ସହିତ ଓଡ଼ିଶାକୁ ଉପରକୁ ନେବା ଏବଂ ନିଜେ ଉପରସ୍ତରରେ ଖେଳିବାକୁ ଚେଷ୍ଟା କରିବି। ସବୁ ସଫଳତାର ଶ୍ରେୟ ମୁଁ ମୋ ମା’କୁ ଦେବି, ଯିଏକି ସବୁ ପରିସ୍ଥିତିରେ ମୋତେ ସମର୍ଥନ ଦେଇଆସିଛି। ପ୍ରଶିକ୍ଷକ ସୁବ୍ରତ ବେହେରାଙ୍କୁ ବି ମୋ ବ୍ୟାଟିଂ ବିକାଶର ଶ୍ରେୟ ମିଳିବ ବୋଲି କହିଥିଲେ ରାଜେଶ।
ରଣଜୀ ଋତୁ ପୂର୍ବରୁ ରନ୍ ଭୋକିଲା ଥିଲି: ଧୂପର
/sambad/media/post_attachments/wp-content/uploads/2018/07/Dhupar-witn-mum.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)